www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ଣ୍ଣପ୍ରେକ୍ଷାଳୟରେ ଆଗେଇ ଚାଲିଛି ‘ସିମ୍ବା’

ମୁମ୍ବଇ : ରଣବୀର ସିଂହ ଅଭିନୀତ ଚଳଚ୍ଚିତ୍ର ‘ସିମ୍ବା’ ପୂର୍ଣ୍ଣପେକ୍ଷାଳୟରେ ଆଗେଇ ଚାଲିଛି। ଡିସେମ୍ବର ୨୯ ଶୁକ୍ରବାର ମୁକ୍ତିଲାଭ କରିଥିଲା ଏହି ଚଳଚ୍ଚିତ୍ର। ଚଳଚ୍ଚିତ୍ରଟିକୁ ଦର୍ଶକ ମାନେ ବେଶ୍‌ ପସନ୍ଦ କରିଛନ୍ତି। ସିନେମାଟି ମୁକ୍ତଲାଭ କରିବାର ତିନି ଦିନ ମଧ୍ୟରେ ବକ୍ସଅଫିସରେ ଭଲ ବ୍ୟବସାୟ କରିଛି। ସିନେମାଟି ମୁକ୍ତିଲାଭ କରିବାର ପ୍ରଥମ ଦିନ ଶୁକ୍ରବାର ୨୦.୭୨ଟଙ୍କାର ବ୍ୟପାର କରିଥିଲା। ସେହିପରି ଶନିବାର ୨୩.୩୩କୋଟି ଟଙ୍କାର ବ୍ୟାପାର କରିଥିଲା ବେଳେ ରବିବାର ୪୪.୦୫କୋଟି ଟଙ୍କାର ବ୍ୟାପାର କରିଛି। ଏହିପରି ଭାବରେ ଚଳଚ୍ଚିତ୍ରଟି ନିନି ଦିନ ମଧ୍ୟରେ ୭୬କୋଟି ଟଙ୍କାର ଆୟ କରିଛି।

ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଭାର କରଣ ଜୋହର ଓ ଅପୂର୍ବା ମେହତା ବହନ କରିଛନ୍ତି। ‘ସିମ୍ବା’ ୨୦୧୫ରେ ମୁକ୍ତିଲାଭ କରିଥିବା ତେଲୁଗୁ ଚଳଚ୍ଚିତ୍ର ‘ଟେମ୍ପର’ ର ହିନ୍ଦୀ ରିମେକ୍‍।

- Advertisement -

ଚଳଚ୍ଚିତ୍ରରେ ରଣବୀରଙ୍କ ବିପକ୍ଷରେ ନାୟିକା ଭାବେ ସାରା ଅଲୀ ଖାନ ନଜର ଆସିଥିଲାବେଳେ ସୋନୁ ସୁଦ୍‍, ଆଶୁତୋଷ ରାଣା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଅକ୍ଷୟ କୁମାର ଓ ଅଜୟ ଦେବଗନଙ୍କ ଝଲକ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ‘ସିମ୍ବା’ର ବଜେଟ୍‍ ୮୦କୋଟି ରହିଛି। ଏହାକୁ ୪୦୦୦ ପରଦାରେ ମୁକ୍ତିଲାଭ କରାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories