ଫ୍ଲିପକାର୍ଟ ଆଣିଲା ନିଜର ପେମେଣ୍ଟ ଆପ୍
ନୂଆଦିଲ୍ଲୀ : ଫ୍ଲିପକାର୍ଟ ନିଜର ପେମେଣ୍ଟ ଆପ୍ ଲଞ୍ଚ୍ କରିଦେଇଛି । ଏହାର ନାଁ Super.money ଦିଆଯାଇଛି । ଏହି ଆପ୍ ୟୁଜର୍ସଙ୍କୁ ୟୁପିଆଇ ସାହାଯ୍ୟରେ ମୋବାଇଲ ପେମେଣ୍ଟ କରିବାର ସୁବିଧା ପ୍ରଦାନ କରିବ । ବର୍ତ୍ତମାନ ଏହି ଆପ୍ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ପାଇଁ ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଉଛି ।
ଅନ୍ୟ ୟୁପିଆଇ ଆପ୍ସ ଭଳି ଏହି ଆପ୍ ସୁପରଡଟମନି ଆପ ଜରିଆରେ ମୋବାଇଲ ପେମେଣ୍ଟ କରିପାରିବେ । କମ୍ପାନୀ ସୂଚନା ଅନୁସାରେ ଏହି ଆପ୍ ଅନ୍ୟ ଆପ୍ଲିକେସନଠୁ ଅଲଗା ହେବ । ଏହା ଅଧିକ ରିଓ୍ବାର୍ଡ୍ସ ଦେବ ଏବଂ ବ୍ୟବହାର କରିବା ମଧ୍ୟ ସହଜ ହେବ । କମ୍ପାନୀର କହିବାନୁସାରେ ୟୁଜର୍ସଙ୍କ ରାୟ ନେବା ପରେ ଏହାକୁ ଅଧିକ ଉତ୍ତମ କରାଯିବ । କହିରଖୁଛୁ ଫ୍ଲିପକାର୍ଟ ଫୋନପେଠୁ ୨୦୨୨ରେ ଅଲଗା ହେବାର ଘୋଷଣା କରିଥିଲା । ଫ୍ଲିପକାର୍ଟ ୨୦୧୬ରେ ଫୋନପେକୁ କିଣିଥିଲା କିନ୍ତୁ ୨୦୨୨ରେ ଉଭୟ ଅଲଗା ହୋଇଯାଇଥିଲେ । ଉଭୟ କମ୍ପାନୀଙ୍କ ପ୍ୟାରେଣ୍ଟ କମ୍ପାନୀ ଏବେ ବି ଓ୍ବାଲମାର୍ଟ ରହିଛି ।
ଶସ୍ତାରେ ଔଷଧ ପାଇବେ ଯାତ୍ରୀ: ୬୧ ରେଳ ଷ୍ଟେସନରେ ଖୋଲିବ ଜନୌଷଧି କେନ୍ଦ୍ର
Comments are closed.