www.samajalive.in
Sunday, December 7, 2025
13.1 C
Bhubaneswar

ଶସ୍ତାରେ ଔଷଧ ପାଇବେ ଯାତ୍ରୀ: ୬୧ ରେଳ ଷ୍ଟେସନରେ ଖୋଲିବ ଜନୌଷଧି କେନ୍ଦ୍ର

ନୂଆଦିଲ୍ଲୀ: ଏଣିକି ଆପଣ ସ୍ଥାନୀୟ ରେଳ ଷ୍ଟେସନରୁ ଶସ୍ତାରେ ଔଷଧ ପାଇପାରିବେ। ରେଳ ଷ୍ଟେସନରେ ଖୋଲିବ ଜନ ଔଷଧି କେନ୍ଦ୍ର। ଭାରତୀୟ ରେଳ ପ୍ରଧାନମନ୍ତ୍ରୀ ଜନ ଔଷଧି କେନ୍ଦ୍ର ଖୋଲିବାର ପରିସର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏଥିପାଇଁ ୬୧ରୁ ଊର୍ଦ୍ଧ୍ବ ରେଳ ଡିଭିଜନ୍‌ର ଷ୍ଟେସନକୁ ଚୟନ କରାଯାଇଛି। ଏଥି ମଧ୍ୟରେ ପୁରୁଣା ଦିଲ୍ଲୀ, ୟୁପିର ପ୍ରୟାଗରାଜ, ଅଲିଗଡ଼, ଗୋଣ୍ଡା, ବସ୍ତୀ, ବଲିଆ, ବାରାଣସୀ ସିଟି, ଫରୁଖାବାଦ ଓ ଉତ୍ତରାଖଣ୍ଡ, ପଞ୍ଜାବ, ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟର ରେଳ ଷ୍ଟେସନ ମଧ୍ୟ ରହିଛି।

ଅଧିକାରୀଙ୍କ କହିବାନୁସାରେ, ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଷ୍ଟେସନଗୁଡ଼ିକରେ ଖୁବ୍ ଶୀଘ୍ର ଶସ୍ତା ଔଷଧ ଦୋକାନ ଖୋଲିବ। ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ରରେ ପ୍ରାୟ ୧୯୬୩ ପ୍ରକାର ଔଷଧ ଓ ୨୯୩ ସର୍ଜିକାଲ ଉପକରଣ ବିକ୍ରି ହୋଇଥାଏ। ଏଲୋପାଥିକ୍‌ ସହ ଆୟୁର୍ବେଦିକ ଔଷଧକୁ ମଧ୍ୟ ଏହି ଯୋଜନାରେ ସାମିଲ କରାଯାଇଛି। ରେଲଓ୍ବେ ବୋର୍ଡ ଏକ ସର୍କୁଲାର ଜାରି କରି କହିଛି ଯେ, ୬୧ ଷ୍ଟେସନରେ ଜନ ଔଷଧି କେନ୍ଦ୍ର ଖୋଲିବା ପ୍ରକ୍ରିୟା ତ୍ୱରାନ୍ୱିତ କରାଯାଉ। ଏହାପୂର୍ବରୁ ୫୦ଟି ରେଳ ଷ୍ଟେସନରେ ଏଭଳି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା। ଷ୍ଟଲ ଖୋଲିବାକୁ ଆଗ୍ରହୀ ଲୋକଙ୍କୁ ଆବେଦନ କରିବାକୁ ରେଳବାଇ ପକ୍ଷରୁ କୁହାଯାଇଛି।

- Advertisement -

ଏସବୁ ଷ୍ଟେସନରେ ଖୋଲିବ ଜନୌଷଧି କେନ୍ଦ୍ର:

  • ଦିଲ୍ଲୀ- ପୁରୁଣା ଦିଲ୍ଲୀ ଷ୍ଟେସନ
  • ଉତ୍ତରପ୍ରଦେଶ- ପ୍ରୟାଗରାଜ, ଅଲିଗଡ଼, ଲଲିତପୁର, ଏଶବାଗ, ଗୋଣ୍ଡା ଜଙ୍କ୍‌ସନ୍‌, ବସ୍ତୀ, ଦେଓରିଆ ଜଙ୍କ୍‌ସନ୍‌, ବଲିଆ, ଫରୁଖାବାଦ ଜଙ୍କ୍‌ସନ୍‌, କାସଗଞ୍ଜ, ବରେଲୀ ସିଟି, ବାଦଶାହନଗର, ବାରାଣସୀ ସିଟି
  • ରାଜସ୍ଥାନ- ବାର୍‌ମେର୍‌, ଦୁର୍ଗାପୁର, ଫଲନା
  • ଉତ୍ତରାଖଣ୍ଡ- ହରିଦ୍ଵାର ଷ୍ଟେସନ
  • ପଞ୍ଜାବ- ପଠାନକୋଟ କେଣ୍ଟ ଷ୍ଟେସନ
  • ଝାଡ଼ଖଣ୍ଡ- ଜସିଡିହ ଷ୍ଟେସନ
  • ବିହାର- ଭାଗଲପୁର, ଆରା, ସମସ୍ତିପୁର, ହାଜୀପୁର, ଛପରା

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories