www.samajalive.in
Saturday, December 6, 2025
14.1 C
Bhubaneswar

ରକ୍ତ ପାଇଁ ସାହାଯ୍ୟ ମାଗିଲେ ରତନ ଟାଟା

ସମାଜ ଡିଜିଟାଲ ଡେସ୍କ: ଶୀର୍ଷକଟି ସାମାନ୍ୟ ଆଶ୍ଚର୍ଯ୍ୟ କରୁଥାଇପାରେ। କିନ୍ତୁ ଏହା ସତ୍ୟ। ତେବେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଠୁଥିବ ରତନ ଟାଟାଙ୍କ ଭଳି ଜଣେ ଶିଳ୍ପପତି ରକ୍ତ ପାଇଁ ସାହାଯ୍ୟ ମାଗିବା କ’ଣ ଦରକାର ? କିନ୍ତୁ ସାମାଜିକ ଗଣମାଧ୍ୟମରେ ତାଙ୍କର ଏଭଳି ଏକ ପୋଷ୍ଟ ସମସ୍ତଙ୍କୁ ଯେତିକି ଆଶ୍ଚର୍ଯ୍ୟ କରିଛି ତା’ଠାରୁ ବେଶୀ ଲୋକଙ୍କ ହୃଦୟ ଜିତିଛି।

ଦେଶର ବିଶିଷ୍ଟ ଶିଳ୍ପପତି ରତନ ଟାଟା ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଏକ ବୁଲା କୁକୁର ପାଇଁ ରକ୍ତ ଦେବାକୁ ମୁମ୍ବାଇବାସୀଙ୍କୁ ସାହାଯ୍ୟ ମାଗିଛନ୍ତି। ସେ ଏକ ୭ ମାସ କୁକୁର ଛୁଆର ଫଟୋ ବି ଶେୟାର କରିଛନ୍ତି। କୁକୁରଟି ମୁମ୍ବଇ ସହରରେ ଥିବା ଟାଟା ଗ୍ରୁପର ଏକ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି।

- Advertisement -

ଡାକ୍ତରଙ୍କ କହିବା ଅନୁସାରେ, କୁକୁରଟି ପାଇଁ ରକ୍ତର ଜରୁରୀ ଆବଶ୍ୟକତା ରହିଛି। ରକ୍ତହୀନତା ରୋଗରେ କୁକୁର ପୀଡ଼ିତ ଥିବାରୁ ତା’ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି। ଏହା ଜାଣିବା ପରେ ହୁଏତ ଅନେକ ଡାକ୍ତରଖାନା ମାଲିକ ଚୁପ ରହିଯାଇଥାନ୍ତେ। ହେଲେ ରତନ ଟାଟାଙ୍କ ଭଳି ବ୍ୟକ୍ତି ଏହା ଜାଣିବା ପରେ ତୁରନ୍ତ ସାମାଜିକ ଗଣମାଧ୍ୟମରେ କୁକୁରର ଫଟୋ ସହିତ ’ମୁମ୍ବାଇ, ଆଇ ନିଡ୍ ୟୋର ହେଲ୍ପ’ ​‌ଲେଖି ପୋଷ୍ଟ କରିଥିଲେ। ପୋଷ୍ଟରେ ରକ୍ତ ଦେବାକୁ ଥିବା କୁକୁରର ବୟସ, ଓଜନ ସାଙ୍ଗକୁ ନିୟମିତ ଟିକା ନେଉଥିବା ଦରକାର ବୋଲି ଦର୍ଶାଇଥିଲେ।

ଏହି ପୋଷ୍ଟକୁ ବହୁ ସଂଖ୍ୟକ ବ୍ୟବହାରକାରୀ ନିଜ ସାଙ୍ଗସାଥୀମାନଙ୍କୁ ପଠାଇ ରତନ ଟାଟାଙ୍କ ତରଫରୁ ସାହାଯ୍ୟ ମାଗିଥିଲେ। ଅନ୍ୟପଟେ ରତନ ଟାଟାଙ୍କ ଏଭଳି ବଦାନ୍ୟତାକୁ ସାମାଜିକ ଗଣମାଧ୍ୟମରେ ଢେର ପ୍ରଶଂସା କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories