www.samajalive.in
Sunday, December 7, 2025
23.1 C
Bhubaneswar

ଜଗନ୍ନାଥପୁର ୟଙ୍ଗଷ୍ଟାର ପରିବାର ରଜ ମହୋତ୍ସବ; ସ୍ଵାତିଲଗ୍ନା ସେଠୀ ରଜ ସୁନ୍ଦରୀ

କଳାପଥର(ବାଙ୍କୀ ): ବାଙ୍କୀ ବ୍ଲକ ଜଗନ୍ନାଥପୁର ପଂଚାୟତର ୟଙ୍ଗଷ୍ଟାର ପରିବାର ପକ୍ଷରୁ ଷଷ୍ଠ ବାର୍ଷିକ ରଜ ମହୋତ୍ସବ ସୋମବାର ରାତିରେ ଉଦଯାପିତ ହୋଇଯାଇଛି। ୪ ଦିନ ଧରି ନାଚ, ଗୀତ, ବକ୍ତୃତା, ଅଭିନୟ, ଝୋଟି, ରଜ ଦୋଳି ଓ ସୁନ୍ଦରୀ ପ୍ରତିଯୋଗିତା କରାଯାଇ ଶ୍ରେଷ୍ଠ ପ୍ରତିଭା ସ୍ଵାତିଲଗ୍ନା ସେଠୀଙ୍କୁ ଅତିଥିମାନେ ରଜ ସୁନ୍ଦରୀ ମୁକୁଟ ପିନ୍ଧାଇଥିଲେ। ଜନତା ଦଳର ସଂଗଠକ ସୁଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ବଳଭଦ୍ରପୁର ପଂଚାୟତର ପୂର୍ବତନ ସରପଞ୍ଚ ତଥା ସମବାୟବିତ୍ତ ବିଜନ କୁମାର ସାହୁଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ୩୪ନଂ ଜୋନର ଜିଲା ପରିଷଦ ସଭ୍ୟା ରଶ୍ମିତା ସାହୁ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା କବି ରବିନାରାୟଣ ମଙ୍ଗରାଜ, ସମ୍ମାନୀତ ଅତିଥି ଭାବେ କଳାପଥର ଡାକ୍ତରଖାନାର ଫାର୍ମାସିଷ୍ଟ ସୁନୀଲ କୁମାର ମାନଧାତା, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ସାହୁ, ସମିତିସଭ୍ୟ ପ୍ରଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ। ସ୍ଵତନ୍ତ୍ର ଅତିଥି ଭାବେ ସାମ୍ବାଦିକ ମାନସ ରଞ୍ଜନ ସାହୁ, ବିନୋଦ ବେହେରା ମାଇକେଲଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ। ରଜ ସୁନ୍ଦରୀ ପ୍ରଥମ ସ୍ଵାତିଲଗ୍ନା ସେଠୀ ରନର୍ସଅପ୍ ସ୍ମୃତି ସାଗରୀକା ସାହୁ, ଆରାଧ୍ୟା ସାହୁ ଦ୍ବିତୀୟ ରନର୍ସଅପ ହୋଇଥିଲେ। କ୍ଲବର ସଭାପତି ବିମଳ କୁମାର ତ୍ରିପାଠୀଙ୍କ ସମେତ କ୍ଲବ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଜଗନ୍ନାଥପୁର ଗ୍ରାମର ଶିକ୍ଷକ ସନାତନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories