www.samajalive.in
Friday, December 5, 2025
26.1 C
Bhubaneswar

ରଥଯାତ୍ରା ପାଇଁ ପୁରୀକୁ ଗଡିବ ୩୧୫ ସ୍ବତନ୍ତ୍ର ଟ୍ରେନ୍

ପୁରୀ: ରେଳ ମନ୍ତ୍ରଣାଳୟ ଆସନ୍ତା ୬ରୁ ୧୯ ତାରିଖ ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସମୟରେ ପୁରୀକୁ ଏବଂ ପୁରୀଠାରୁ ୩୧୫ଟି ସ୍ୱତନ୍ତ୍ର ରେଳ ଚଳାଚଳ କରାଇବାକୁ ଯୋଜନା କରିଛି। ଚଳିତବର୍ଷ ଗୁଣ୍ଡିଚା ଯାତ୍ରା ଦୁଇ ଦିନ ଧରି ପାଳନ କରାଯାଉଛି। ପୂର୍ବ ରଥଯାତ୍ରା ଉତ୍ସବରୁ ଅଭିଜ୍ଞତାକୁ ନଜରକୁ ନେଇ ପୂର୍ବତଟ ରେଳପଥ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ପଡ଼ୋଶୀ ରାଜ୍ୟରୁ ସ୍ୱତନ୍ତ୍ର ରେଳ ଚଳାଚଳ କରାଇବାକୁ ଯୋଜନା କରିଛି। ଚଳିତବର୍ଷ ଜୁନାଗଡ଼ ରୋଡ଼, ସମ୍ବଲପୁର, କେନ୍ଦୁଝରଗଡ଼, ପାରାଦ୍ବୀପ, ଭଦ୍ରକ, ଅନୁଗୋଳ, ଗୁଣୁପୁର, ବାଙ୍ଗିରିପୋଷି ବ୍ୟତୀତ ନୂତନ ଭାବେ ବାଦାମପାହାଡ଼, ରାଉରକେଲା, ବାଲେଶ୍ୱର, ସୋନପୁର ଏବଂ ଦଶପଲ୍ଲାଠାରୁ ସ୍ୱତନ୍ତ୍ର ରେଳ ପୁରୀକୁ ଚଳାଚଳ କରିବ।
ଏହାବ୍ୟତୀତ ସାନ୍ଧ୍ୟା ଦର୍ଶନ, ବାହୁଡ଼ା ଯାତ୍ରା ଏବଂ ସୁନା ବେଶ ପାଇଁ ମଧ୍ୟ ସ୍ୱତନ୍ତ୍ର ରେଳ ଯୋଜନା କରାଯାଇଛି। ଚଳିତବର୍ଷ ରଥଯାତ୍ରାର ଅଧରପଣା ଉତ୍ସବ ପାଇଁ ସ୍ୱତନ୍ତ୍ର ରେଳ ଚଳାଇବାକୁ ପୂର୍ବତଟ ରେଳପଥ ଯୋଜନା କରିଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ରେଳପଥ ପକ୍ଷରୁ ଅଧିକ ସ୍ୱତନ୍ତ୍ର ରେଳ ଚଳାଇବାକୁ ବ୍ୟବସ୍ଥା କରାଯିବ। ଯାତ୍ରୀଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ରଥଯାତ୍ରା ଉତ୍ସବ ସମୟ ମଧ୍ୟରେ କିଛି ଦୂର ଦୂରାନ୍ତର ସ୍ୱତନ୍ତ୍ର ରେଳରେ ସଂରକ୍ଷିତ କ୍ଲାସ୍ ଯୋଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରଥଯାତ୍ରା ସମୟରେ ଯାତ୍ରୀଙ୍କ ଯାତାୟାତ ସୁବିଧା ଉପରେ ଗୁରୁତ୍ବ ଦେଇଥିବାବେଳେ ଭକ୍ତଙ୍କ ପାଇଁ ଉତ୍ତମ ସୁବିଧା ଯୋଗାଇ ଦେବାକୁ ପୂର୍ବତଟ ରେଳପଥକୁ ପରାମର୍ଶ ଦେଇଛନ୍ତି। ଭକ୍ତଙ୍କୁ ସମସ୍ତ ସୁବିଧା ଯୋଗାଇବା ପାଇଁ ରେଳମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଯାତ୍ରୀ ଭିଡ଼ ପରିଚାଳନା, ଟ୍ରେନ୍ ସୂଚନା ପ୍ରଣାଳୀ/ଅନୁସନ୍ଧାନ କାଉଣ୍ଟର, ଭିଡିଓ ୱାଲ୍ ପ୍ରଦର୍ଶନ, ଅତିରିକ୍ତ ଟିକଟ୍ ବୁକିଂ କାଉଣ୍ଟର ଏବଂ ମୋବାଇଲ୍ ଟିକଟ୍ କାଉଣ୍ଟର, ୧୫ ହଜାର ତୀର୍ଥଯାତ୍ରୀ ବିଶ୍ରାମ ନେବା ଭଳି ତୀର୍ଥଯାତ୍ରୀ ଅପେକ୍ଷା କ୍ଷେତ୍ର/ ଶେଡ୍ ପାଇଁ ପୂର୍ବତଟ ରେଳପଥ ପଦକ୍ଷେପ ନେଇଛି। ଏହାବ୍ୟତୀତ ସୁରକ୍ଷା ବ୍ୟବସ୍ଥା, କ୍ୟାଟରିଂ ସେବା, ମେଡିକାଲ ସୁବିଧା, ଆମ୍ବୁଲାନ୍ସ, ପାନୀୟ ଜଳ ଏବଂ ପର୍ଯ୍ୟାପ୍ତ ଶୌଚାଳୟ ଆଦି ଯୋଗାଇବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ପୁରୀ ରେଳ ଷ୍ଟେସନରେ ରଥଯାତ୍ରା ବ୍ୟବସ୍ଥା ଯାଞ୍ଚ କରି ରଥଯାତ୍ରା କାର୍ଯ୍ୟସୂଚୀର ବହୁ ପୂର୍ବରୁ ଯାତ୍ରୀ ସୁବିଧା ଉପଲବ୍ଧ କରାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories