www.samajalive.in
Friday, December 5, 2025
26.1 C
Bhubaneswar

ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୪ ମଧ୍ୟରେ ସାନି ୟୁଜିସି-ନେଟ୍‌ ପରୀକ୍ଷା

ନୂଆଦିଲ୍ଲୀ : ପ୍ରଶ୍ନପତ୍ର ପ୍ରଘଟ ଯୋଗୁଁ ବାତିଲ ହୋଇଥିବା ୟୁଜିସି-ନେଟ୍‌ ପରୀକ୍ଷା-୨୦୨୪ ପାଇଁ ସାନି କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଏହି ପରୀକ୍ଷା ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୪ ମଧ୍ୟରେ ପୁନଃ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ଘୋଷଣା କରାଯାଇଛି। ପୂର୍ବରୁ ଏହା ଖାତା-କଲମରେ ଅନୁଷ୍ଠିତ ହେଉଥିବାବେଳେ ଏଥର କମ୍ପ୍ୟୁଟର ଆଧାରିତ ହେବ ବୋଲି କୁହାଯାଇଛି। ଜୁନ୍‌ ୧୮ରେ ଏହି ପରୀକ୍ଷା ହେବାକୁ ଥିଲା; କିନ୍ତୁ ଡାର୍କ ୱେବ୍‌ରେ ପ୍ରଶ୍ନପତ୍ର ପ୍ରଘଟ ହେବା ପରେ ଏହାକୁ ବାତିଲ କରାଯାଇଥିଲା। ଏହି ପରୀକ୍ଷା ବାତିଲ ହେବା ଦ୍ବାରା ୧୧ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାର ତଦନ୍ତ ସିବିଆଇ ଦ୍ବାରା କରାଯାଉଛି। ସେହିପରି ଜୁଲାଇ ୧୦ରେ କମ୍ପ୍ୟୁଟର ଆଧାରିତ ଏନ୍‌ସିଇଟି-୨୦୨୪ ଓ ଯୁଗ୍ମ ସିଏସ୍‌ଆଇଆର-ୟୁଜିସି ନେଟ୍‌ ପରୀକ୍ଷା ଜୁଳାଇ ୨୫ରୁ ୨୭ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଏନ୍‌ଟିଏ ବିଜ୍ଞପ୍ତିରେ ଦର୍ଶାଯାଇଛି। ସର୍ବଭାରତୀୟ ଆୟୁଷ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ଜୁଲାଇ ୬ରେ ଅନୁଷ୍ଠିତ ହେବ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories