www.samajalive.in
Friday, December 5, 2025
27.1 C
Bhubaneswar

ଭିମସାରରୁ ସ୍ୱୟଂଶାସନ ପ୍ରତ୍ୟାହାର ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ବୁର୍ଲା: ଭିମସାରରୁ ସ୍ୱୟଂଶାସନ ପ୍ରତ୍ୟାହାର କରି ସରକାର ଏହି ଅନୁଷ୍ଠାନକୁ ନିଜ ଅଧୀନକୁ ନେବାକୁ ଦାବି ହୋଇଛି । ଏନେଇ ଭିମସାର ଗସ୍ତରେ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ ଆସିଥିବା ବେଳେ ତାଙ୍କୁ ଏହି ଦାବି ଜଣାଇଛନ୍ତି ବୁର୍ଲା ମଣ୍ଡଳ ବିଜେପିର ପୂର୍ବତନ ସଭାପତି ତଥା ଆଇନଜୀବୀ ପ୍ରସନ୍ନ କୁମାର ସାହୁ ।
ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ନାମ ପରିବର୍ତନ କରି ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଗବେଷଣା କେନ୍ଦ୍ର ଭାବରେ ନାମିତ କରି ସୟଂଶାସିତ କରାଗଲା । କିନ୍ତୁ ଦୁଃଖର ବିଷୟ ବର୍ତମାନ ସୁଦ୍ଧା ସୟଂଶାସନର ସୁଫଳ ମିଳିବା ତ ଦୂରର କଥା ଦିନକୁ ଦିନ ଡାକ୍ତରଖାନା, ଶିକ୍ଷା ଓ ରୋଗୀ ଚିକିତ୍ସା ଅବନତି ହେବାରେ ଲାଗିଛି । ଏଠାରେ କେବଳ ସୁରକ୍ଷା ସଂସ୍ଥାକୁ ତଥା ଆଉଟସୋସିଂ ସଂସ୍ଥାକୁ କର୍ମଚାରୀ ନିଯୁକ୍ତି ନାଁରେ ପୋଷିବା ଓ ରାଜକୋଷରୁ ଲକ୍ଷାଧିକ ଟଙ୍କା ଅପଚୟ କରିବା ଛଡା ଶିକ୍ଷା ଓ ରୋଗୀ ସେବାରେ ସାମାନ୍ୟ ତମ ଉନ୍ନତି ହୋଇନାହିଁ । ଓଡିଶା ସରକାର ଗୁରୁତ୍ବର ସହ ବିଚାରକୁ ନେଇ ତୁରନ୍ତ ସୟଂଶାସନ ପ୍ରତ୍ୟାହାର କରିବା ସହ ଜଣେ ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀଙ୍କୁ ପ୍ରଶାସକ ଭାବରେ ନିଯୁକ୍ତି ଦେଇ ତାଙ୍କ ଅôଧନରେ ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବାକୁ ପରବର୍ତୀ ପଦକ୍ଷେପ ପର‌୍ୟ୍ୟନ୍ତ ପରିଚାଳନା କରିବା ପାଇଁ ମନ୍ତ୍ରୀଙ୍କ ନିକଟରେ ବିନମ୍ର ନିବେଦନ କରିଛନ୍ତି ଆଇନଜୀବୀ ।

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories