www.samajalive.in
Saturday, December 6, 2025
15.1 C
Bhubaneswar

ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଜାମ୍ମୁ : ଆଜିଠାରୁ ଆରମ୍ଭ ହେଲା ଅମରନାଥ ଯାତ୍ରା । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପ୍ରଥମ ଦଫାରେ ଶ୍ରଦ୍ଧାଳୁମାନେ ଶ୍ରୀନଗର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରଥମେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଏହି ଯାତ୍ରାର ଶୁଭାରମ୍ଭ କରିଥିଲେ। ପଞ୍ଜୀକୃତ କରିଥିବା ଶ୍ରଦ୍ଧାଳୁମାନେ ‘ବମ୍‌ ବମ୍‌ ଭୋଲେ’ ଏବଂ ‘ ଜୟ ଶିବ ଶମ୍ଭୁ’ ସ୍ଲୋଗାନ ଦେଇ ବସ୍‌ରେ ପ୍ରବେଶ କରିଥିଲେ। ବିଭିନ୍ନ ଦଫାରେ ଶ୍ରଦ୍ଧାଳୁଙ୍କୁ ପ୍ରଥମେ ଶ୍ରୀନଗର ପର୍ଯ୍ୟନ୍ତ ନିଆଯିବ। ସେଠାରୁ ସେମାନେ ନିଜ ପସନ୍ଦ ମୁତାବକ ପେହେଲଗାଓଁ କିମ୍ବା ବାଲ୍‌ତାଲ ରାସ୍ତା ଦେଇ ଅମରନାଥ ଗୁମ୍ଫା ପର୍ଯ୍ୟନ୍ତ ଯାତ୍ରା କରିବେ। ପୂର୍ବବର୍ଷ ଭଳି ଏଥର ମଧ୍ୟ ଅମରନାଥ ଯାତ୍ରା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମରନାଥ ଯାତ୍ରୀଙ୍କ ନିମନ୍ତେ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି। ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories