ବଡ ଅଘଟଣ ; ଲଦାଖରେ ନଦୀରେ ଭାସି ଯାଇ ୫ ଯବାନ ଶହୀଦ୍

ନୂଆଦିଲ୍ଲୀ : ଲଦାଖରୁ ଏକ ବଡ ଦୁଃଖଦ ଘଟଣା ଶନିବାର ସାମ୍ନାକୁ ଆସିଛି। ସେନା ଟ୍ୟାଙ୍କ୍‍ ଅଭ୍ୟାସ ବେଳେ ବଡ ଅଘଟଣ ଘଟିଛି । ନଦୀ ପାର ବେଳେ ଦୌଲତ ବାଗ୍‍ ଓଲ୍ଡି ଅଞ୍ଚଳରେ ଟ୍ୟାଙ୍କ୍‍ ଭାସିଯିବାରୁ ଏଥିରେ ୫ ଜଣ ଯବାନ ଭାସି ଯାଇଥିବା ବେଳେ ସେମାନେ ଶହୀଦ୍ ହୋଇଛନ୍ତି। ଶୁକ୍ରବାର ଦିନ ଏଠାରେ ସେନା ଟ୍ୟାଙ୍କ୍‍ ଅଭ୍ୟାସ ଚାଲିଥିବା ବେଳେ ଯବାନମାନେ ନଦୀ ପାର ବେଳେ ଜଳସ୍ତର ବଢିଥିଲା । ଫଳରେ ନଦୀ ପାଣିରେ ୪-୫ଜଣ ଯବାନ ଭାସି ଯାଇଥିଲେ।


ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ୍ସ ଜରିଆରେ ଜଣାଇଛନ୍ତି। ଏହି ଅଘଟଣରେ ଜେସିଓଙ୍କ ସମେତ ୫ ଜଣ ଯବାନ ଶହୀଦ୍ ହୋଇଛନ୍ତି। ଏହି ଘଟଣା ବିଳମ୍ବିତ ରାତିରେ ଲେହ ଠାରୁ ୧୪୮ କିଲୋମିଟର ଦୂର ସେନା ଟ୍ୟାଙ୍କ ଅଭ୍ୟାସ ସ୍ଥାନରେ ଘଟିଛି।

Comments are closed.