ଭୁବନେଶ୍ଵର:ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣା। ତଦନ୍ତ ଓ ପଚରାଉଚରା ପାଇଁ ବିଜେଡି ନେତା ରଘୁନନ୍ଦନ ଦାସଙ୍କ କ୍ୱାର୍ଟର୍ସରେ ପହଞ୍ଚିଲା କ୍ୟାପିଟାଲ ଥାନା ପୁଲିସ୍ । ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିଦେବା ଅଭିଯୋଗରେ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇ ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ପ୍ରଣବ ପ୍ରକାଶ ଦାସଙ୍କ ଘର ଭଙ୍ଗାଯିବା ନେଇ ଖବର ସଂଗ୍ରହ କରିବାକୁ ଯାଇଥିବାବେଳେ ମହିଳା ସାମ୍ବାଦିକ ଜଣକ ରଘୁନନ୍ଦନଙ୍କ ବାସଭବନ ପଟୁ ଚିତ୍ର ସଂଗ୍ରହ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ରଘୁନନ୍ଦନ, ପାଖରେ ଥିବା କୁକୁରଙ୍କୁ ଛାଡିଦେବାକୁ ତାଙ୍କ ସହଯୋଗୀଙ୍କୁ କହିବା ପରେ, ସହଯୋଗୀ ହଠାତ୍ କୁକୁରକୁ ଛାଡ଼ି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଆଜି ଅଧିକ ପଚରାଉଚରା ପାଇଁ ପୁଲିସ୍ ରଘୁନନ୍ଦନଙ୍କ କ୍ଵାର୍ଟର୍ସରେ ପହଞ୍ଚିଛି।
Popular Categories



