www.samajalive.in
Saturday, December 6, 2025
15.1 C
Bhubaneswar

ସିମଲାରେ ପ୍ରବଳ ବର୍ଷା, ଭୂସ୍ଖଳନ: ପୋତି ହୋଇଗଲା ଏକାଧିକ ଯାନବାହନ

ଶିମଲା : ହିମାଚଳ ପ୍ରଦେଶର ପ୍ରସିଦ୍ଧ ଶୈଳନିବାସ ସିମଲାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଘଟିଛି। ଏଥିରେ ବହୁ ସଂଖ୍ୟକ ଯାନବାହନ ମାଟିରେ ପୋତି ହୋଇଯାଇଛି। ସେଗୁଡିକ ଉଦ୍ଧାର କରିବା ସହିତ ରାସ୍ତା ସଫା କରିବା କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଏଠାରେ ଦକ୍ଷିଣ ପଶ୍ଚିମ ମୋୖସୁମୀ ବାୟୁ ପାଞ୍ଚଦିନ ବିଳମ୍ବରେ ପହଞ୍ଚିଥିବାବେଳେ ଏବେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳକୁ ପରିବ୍ୟାପ୍ତ ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗୀୟ ସୂତ୍ର ଅନୁଯାୟୀ ଏଠାରେ ଚଳିତ ମାସ ୨୨ ତାରିଖ ସୁଦ୍ଧା ମୋୖସୁମୀ ପହଞ୍ଚିବା ଅନୁମାନ କରାଯାଉଥିଲା। କିନ୍ତୁ ତାହା ପାଞ୍ଚଦିନ ବିଳମ୍ବରେ ପହଞ୍ଚିଥିବାବେଳେ ଗୁରୁବାର ମୂଷଳ ଧାରାରେ ବର୍ଷା ହୋଇଛି। ଚଳିତ ବର୍ଷ ଜୁନ୍‌ ୧ରୁ ୨୬ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶରେ ୮୪.୩ ମିଲିମିଟର ବୃଷ୍ଟିପାତ ସ୍ଥାନରେ ମାତ୍ର ୩୯.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି,ଯାହା ୫୩ ପ୍ରତିଶତ କମ୍‌ ରହିଛି। ଆଗାମୀ ଚାରିଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ବଜ୍ରପାତ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏପରିକି ଫସଲ ପ୍ରତି କ୍ଷତି ପହଞ୍ଚିବା ଏବଂ ଭୂସ୍ଖଳନ ନେଇ ଜନସାଧାରଣଙ୍କୁ ସତର୍କ କରିଦିଆଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories