www.samajalive.in
Tuesday, December 9, 2025
16.1 C
Bhubaneswar

ମୁକ୍ତିଲାଭ କଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର’ର ଟ୍ରେଲର

ମୁମ୍ବଇ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହଙ୍କ ରାଜନୈତିକ କ୍ୟାରିୟର ଉପରେ ଆଧାରିତ ହିନ୍ଦୀ ଚଳଚ୍ଚିତ୍ର ‘ଦ ଆକ୍ସିଡେଣ୍ଟାଲ ପ୍ରାଇମମିନିଷ୍ଟର’ର ଟ୍ରେଲର ଗୁରୁବାର ମୁକ୍ତିଲାଭ କରିଛି। ବଲିଉଡର ଜଣାଶୁଣା ଅଭିନେତା ଅନୁପମ ଖେର ଏଥିରେ ମନମୋହନ ସିଂହଙ୍କ ଭୂମିକାରେ ନଜର ଆସିଛନ୍ତି। ମନମୋହନ ସିଂହଙ୍କ ମିଡିଆ ପରାମର୍ଶଦାତା ସଞ୍ଜୟ ବାରୁଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’କୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ ହୋଇଛି। ସିନେମାରେ ନିର୍ଦେଶନାର ଭାର ତୁଲାଇଛନ୍ତି ବିଜୟ ରତ୍ନାକର ଗୁଟ୍ଟେ। ଚଳଚ୍ଚିତ୍ରରେ କ୍ରିଏଟିଭ ହେଡ ହେଉଛନ୍ତି ହଂସଲ ମେହଟ୍ଟା।

courtesy-mumbai live

ସୁଜେନ ବନ୍ନଟ ଏଥିରେ ସୋନିଆ ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରିଥିଲାବେଳେ ଅକ୍ଷୟ ଖନ୍ନା ଏଥିରେ ମନମୋହନ ସିଂହଙ୍କ ମିଡିଆ ଆଡଭାଇଜର ଏବଂ ମୁଖ୍ୟ ପ୍ରବକ୍ତା ସଞ୍ଜୟ ବାରୁଙ୍କ ଚରିତ୍ରରେ ନଜର ଆସିବେ। ମନମୋହନ ସିଂହଙ୍କ ପତ୍ନୀ ଗୁରୁଶରଣ କୌରଙ୍କ ଭୂମିକୋରେ ଅଭିନୟ କରିଛନ୍ତି ଦିବ୍ୟା ସେଠ୍।

- Advertisement -
courtesy-mid-day

ରାହୁଲ ଗାନ୍ଧିଙ୍କ ଚରିତ୍ରରେ ଅର୍ଜୁନ ମାଥୁର ଅଭିନୟ କରୁଥିଲାବେଳେ ପ୍ରିୟଙ୍କା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ ଆହାନା କୁମାର। ସେହିଭଳି ଲାଲକୃଷ୍ଣ ଆଡଭାନୀଙ୍କ ଚରିତ୍ରରେ ନଜର ଆସିବେ ଅବତାର ସିହ୍ନା।
ଅଭିନେତା ରାମଅବତାର ଭରଦ୍ୱାଜ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜପୟେୀଙ୍କ ଭୂମିକାରେ ନଜର ଆସିଛନ୍ତି। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିବା ଡ଼. ମନମୋହନ ସିଂହଙ୍କ କାର୍ଯ୍ୟକାଳର ପ୍ରମୁଖ ଘଟଣାବଳୀ ଚଳଚ୍ଚିତ୍ରରେ ସ୍ଥାନପାଇଛି। ୨୦୧୯ ଜାନୁଆରୀ ୧୧ରେ ମୁକ୍ତଲାଭ କରିବ ଏହି ଚଳଚ୍ଚିତ୍ର।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories