ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ “ବଜାର ଦୃଷ୍ଟିକୋଣ ଓ ସୁଯୋଗ”ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ “ବଜାର ଦୃଷ୍ଟିକୋଣ ଓ ସୁଯୋଗ” ଉପରେ ଏକ ଗ୍ରାହକ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବ୍ୟାଙ୍କ ଦ୍ୱାରା ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମରେ ପାଖାପାଖି ୧୫୦ ଜଣ ଗ୍ରାହକ ଯୋଗ ଦେଇଥିଲେ । ଏଥିରେ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ନିତେଶ ରଞ୍ଜନ ମୁଖ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ । ୟୁନିୟନ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କନିକା ପଶ୍ରିଚ୍ଛା ଏବଂ ସୁଡ ଲାଇଫର ମୁଖ୍ୟ ନିବେଶ ଅଧିକାରୀ ପ୍ରଶାନ୍ତ ଶର୍ମା ନିଜର ଉପସ୍ଥାପନା ରଖିଥିଲେ ।
ବ୍ୟାଙ୍କର ଭୁବନେଶ୍ୱର ଅଞ୍ଚଳର କ୍ଷେତ୍ର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ସର୍ଭେଶ ରଞ୍ଜନ ମୂଲ୍ୟବାନ ଗ୍ରାହକମାନଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିବା ସହ ସେମାନଙ୍କ ଯୋଗଦାନ ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ । ୟୁନିୟନ୍ ବ୍ୟାଙ୍କ ତରଫରୁ ସମ୍ପଦ ପରିଚାଳନା ମୁଖ୍ୟ ରିଶି ଧଡ୍ଡା ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ମୂଲ୍ୟବାନ ଗ୍ରାହକମାନଙ୍କୁ କୃତଜ୍ଞତା କଣାଇଥିଲେ ।
Comments are closed.