www.samajalive.in
Tuesday, December 9, 2025
15.1 C
Bhubaneswar

୧୩ ହଜାର ଟଙ୍କାରେ ଆସିଲା ଏହି ମଜଭୁତ ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମାସେ ଚାଲିବ

ନୂଆଦିଲ୍ଲୀ : ନିଜ ମଜଭୁତ ଏବଂ ଭରସାଯୋଗ୍ୟ ଫୋନ୍ ପାଇଁ ଜଣାଯାଏ OUKITEL  କମ୍ପାନୀ । ଏବେ କମ୍ପାନୀ ନିଜର ଆଉ ଏକ ଫୋନ୍ ନେଇଆସିଛି ଯେଉଁ  ମଡେଲର ଦାମ୍ ସି୩୮ । ଏହି ଫୋନ୍ ନିଜ ଫିଚର୍ସ ଏବଂ ଡିଜାଇନ୍ ପାଇଁ ବେଶ୍ ଭିନ୍ନ ଲାଗୁଛି । ଏହି ଫୋନର ଲୁକକୁ ବହୁତ ସୁନ୍ଦର ଭାବେ ପ୍ରସ୍ତୁତ କରିଛି କମ୍ପାନୀ । ଏହା ବହୁତ ଆକର୍ଷକ ଲାଗୁଛି । ଫୋନକୁ କର୍ଭଡ ଡିଜାଇନ ଦିଆଯାଇଛି । ଆକର୍ଷଣ ବଢାଇବା ଏହି ଫୋନକୁ ଏକ ଖାସ୍ ମିଣ୍ଟ ଗ୍ରୀନ୍ ରଙ୍ଗରେ ମଧ୍ୟ ଆଣିଛି କମ୍ପାନୀ ।

ଭୋଟ୍‌ ଦେଲେ ବିଜେପି ନେତାଙ୍କ ନାବାଳକ ପୁଅ, ଭିଡିଓ ଭାଇରାଲ ପରେ ତେଜୁଛି ବିବାଦ

- Advertisement -

ଏହି ଫୋନ୍ ମାତ୍ର ୮.୮ ଏମଏମ୍ ପତଳା ଏବଂ ଏହାର ଓଜନ ମାତ୍ର ୨୦୦ ଗ୍ରାମ । ଏହା ସହିତ ଫୋନରେ ୬.୬ ଇଞ୍ଚର ବଡ ଏବଂ ୨କେ ଡିସପ୍ଲେ ଦିଆଯାଇଛି । ସୁରକ୍ଷା ପାଇଁ ଏଥିରେ କର୍ଣ୍ଣିଂ ଗ୍ଲାସ୍ ୫ ଦିଆଯାଇଛି । ଫୋନରେ ୬ ଜିବି ରାମ୍ ମିଳୁଛି ଯାହାକୁ ୨୪ ଜିବି ପର୍ଯ୍ୟନ୍ତ ବଢେଇ ହେବ । ଏବଂ ଏଥିରେ ୨୫୬ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳିବ ଯାହାକୁ ୧ ଟିବି ପର୍ଯ୍ୟନ୍ତ ବଢେଇ ହେବ । ଫୋନରେ ୫୧୫୦ ଏମଏଏଚ୍ ବ୍ୟାଟେରୀ ମିଳୁଛି । ଅର୍ଥାତ୍ ଥରେ ଚାର୍ଜ କଲେ ଷ୍ଟାଣ୍ଡବାଏ ମୋଡରେ ଏକ ମାସରୁ ମଧ୍ୟ ଅଧିକ ଚାଲିବ ଏହି ଫୋନ୍ । ଫୋନରେ ମିଡିଆଟେକ୍ ପ୍ରୋସେସର ମିଳୁଛି ଯାହା ବହୁତ ସ୍ପିଡ୍ କାମ କରିଥାଏ । କ୍ୟାମେରା କଥା କହିବା ତ ଫୋନରେ ୪୮ ଏମପିର କ୍ୟାମେରା ଏବଂ ସେଲ୍ଫି ପାଇଁ ୩୨ ଏମପିର କ୍ୟାମେରା ରହିଛି । ଫୋନର ଦାମ୍ ୧୨,୫୨୩ ଟଙ୍କା ରଖିଛି କମ୍ପାନୀ । ଆପଣ ଏହାକୁ OUKITEL ର ଅଫିସିଆଲ୍ ଓ୍ବେବସାଇଟରୁ କିଣିପାରିବେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories