ସମ୍ବଲପୁର: ଶୁକ୍ରବାର ଦିନ ଓଡିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ ପକ୍ଷରୁ ସମ୍ବଲପୁର ଜିଲାପାଳ ଏବଂ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଦାବିପତ୍ର ମାଧ୍ୟମରେ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଭବିଷ୍ୟତ ପାଇଁ ଏକ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶନାମା ଜାରି କରାଯିବାକୁ ଦାବି କରାଯାଇଛି। ଏଥି ସହିତ ଅଣତାଲିମପ୍ରାପ୍ତ ପ୍ରଶିକ୍ଷକ/ପ୍ରଶିକ୍ଷିକା ମାନଙ୍କୁ ସ୍ବଳ୍ପ ମିଆଦି ତାଲିମ ପ୍ରଦାନ କରାଯିବାକୁ ଦାବି କରାଯାଇଛି। ବିଦ୍ୟାଳୟ ମାନଙ୍କରେ ପ୍ରତିଦିନ କ୍ରିଡା ଓ କଳା ପାଇଁ ନିୟମିତ ପିରିୟଡ ରଖାଯିବା ସହ ସେମାନେ କିପରି ନିୟମିତ ହେବେ, ସେଥିପ୍ରତି ଉଚିତ୍ ପଦକ୍ଷେପ ନିଆଯାଉ ବୋଲି ଦାବି କରାଯାଇଛି। ଜିଲାପାଳଙ୍କ ସହ ଆରଡିସି ଙ୍କ କାର୍ଯ୍ୟାଳୟ ରେ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ରୁଦ୍ର ଦାଶ, ଭୋଲା ବିଶୋଇ, ଦିଲିପ କୁମାର ପଣ୍ଡା, ମୀନାରାଣୀ ମଲ୍ଲିକ, ପଦ୍ମିନୀ ଦୋରା, ସୀତାକାନ୍ତ ପଣ୍ଡା, ପ୍ରମୋଦ ଦାଶ, ଲିପିକା ବିଭାର, କୈଳାସ ଚନ୍ଦ୍ର ସାହୁ, ସଙ୍ଗୀତା ସାହୁ, ସଫଳା ସେଠୀ, ନିକିତା ବେହେରା ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ରହିଥିଲେ।
Popular Categories



