www.samajalive.in
Saturday, December 6, 2025
26.1 C
Bhubaneswar

ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ

ସମ୍ବଲପୁର: ଶୁକ୍ରବାର ଦିନ ସ୍ଥାନୀୟ ଚନ୍ଦ୍ରଶେଖର ବେହେରା ଜିଲା ସ୍କୁଲରେ ଧନକଉଡ଼କ୍ଷ ବ୍ଲକ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ଉଦଘାଟନୀ ସଭାରେ ବ୍ଲକ ଶିକ୍ଷା ଅଧିକାରୀ ସେବାଶ୍ରୀ ଭୋଇ ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ ବୁର୍ଲା ଭୀମସାର ମେଡିକାଲ କଲେଜର ସହକାରୀ ପ୍ରାଧ୍ୟାପକ ଡ଼. ଶଙ୍କର ରାମଚନ୍ଦାନୀ। ମୁଖ୍ୟ ବକ୍ତା ଭାବରେ ଜିଲା ପ୍ରକଳ୍ପ କାର୍ଯ୍ୟାଳୟର ଜେଣ୍ଡର କୋର୍ଡିନେଟର ଅଭିନାଶ ସାହୁ ଯୋଗ ଦେଇ ବିଜ୍ଞାନ ର ବିଭିନ୍ନ ଦିଗ ବିଷୟ ରେ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଇବା ସହିତ ଭବିଷ୍ୟତରେ ଭଲ ବୈଜ୍ଞାନିକ ହେବା ପାଇଁ ପ୍ରେରଣା ଦେଇ ଥିଲେ। ଅନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଚନ୍ଦରଶେଖର ବେହେରା ଜିଲା ସ୍କୁଲ ର ପ୍ରଧାନ ଶିକ୍ଷକ ଲୋକିତା ଦାଶ, ହୀରାକୁଦ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସପ୍ତଶ୍ରୀ ମହାପାତ୍ର, ବାଲିବନ୍ଧା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସିନି ବାଡା, ଧନକାଉଡ଼ାର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ରମେଶ ମିଶ୍ର ଏବଂ ସୁସ୍ମିତା ପାଟଯୋଶୀ ମଂଚାସୀନ ଥିଲେ। ଏହି ପ୍ରଦର୍ଶନୀ ରେ ବିଭିନ୍ନ ବିଭାଗରୁ ବିଷୟ ଅନୁସାରେ ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ସୁସ୍ଥତା ରେ ୪୬ଟି, ଗମନା ଗମନ ଏବଂ ଯୋଗାଯୋଗ ରେ ୩୭ଟି, ପ୍ରାକୃତିକ କୃଷି ରେ ୩୧ଟି, ବିପର୍ୟୟ ପରିଚାଳନା ରେ ୨୪ଟି, ବର୍ଯ୍ୟ ବସ୍ତୁ ପରିଚାଳନା ରେ ୨୭ଟି, ସମ୍ବଳ ପରିଚାଳନା ରେ ୭୪ଟି ଏବଂ ଗଣିତ ପ୍ରକଳ୍ପ ରେ ୪୩ଟି ପ୍ରକଳ୍ପ ଅନୁସାରେ ମୋଟ ୨୮୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇ ଥିଲା। ପ୍ରଦର୍ଶନୀ ପରେ ଉଦଯାପନୀ ସଭା ରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ଜିଲା ଶିକ୍ଷା ଅଧିକାରୀ ମୀନା ରାଣୀ ମଙ୍ଗଳ ଯୋଗ ଦେଇ ଛାତ୍ର ଛାତ୍ରୀ ମନକୁ ଉତ୍ସାହିତ କରି ଥିଲେ। ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବରେ ଜିଲା ଶିକ୍ଷା ପ୍ରଶିକ୍ଷଣ ଅଧକ୍ଷ ଡ଼. ଗୀତାଞଳି ଭୋଇ, ସମ୍ମାନିତ ଅତିଥି ଭାବରେ ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ କୁମାର ଲୁହା, ବୁର୍ଲା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରନ ଶର୍ମା ଯୋଗ ଦେଇ ଥିଲେ ଏବଂ କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କାର ବିତରଣ କରି ଥିଲେ। ସମସ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ଅସୀମ ପ୍ରଧାନ ଓ ସନ୍ଧ୍ୟା ରାଣୀ ପୃଷ୍ଟି, ସୀମା ଦାସ, ରଚନା ସିଂ କରିଥିବା ବେଳେ ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଶେଷରେ ରମେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories