www.samajalive.in
Sunday, December 7, 2025
26.1 C
Bhubaneswar

ସାଂସ୍କୃତିକ କ୍ଷେତ୍ରରେ ରହିଥିବା ସମସ୍ୟା ଗୁଡିକର ସମାଧାନ ଦାବି

ସମ୍ବଲପୁର: ସାଂସ୍କୃତିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଗୁଡିକର ସମାଧାନ ପାଇଁ ଶୁକ୍ରବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। କଳାକାର ମାନଙ୍କ ଦ୍ୱାରା ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଐତିହ୍ୟ ଓ ସଂସ୍କୃତି ସମ୍ପନ୍ନ ସମ୍ବଲପୁର ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ପ୍ରାଣକେନ୍ଦ୍ର ରୂପେ ପରିଚୟ ସୃଷ୍ଟି କରିଛି। କିନ୍ତୁ ଏହି କ୍ଷେତ୍ରକୁ ଆଗକୁ ନେବା ପାଇଁ କିଛି ଭିତ୍ତିଭୂମିର ଅସୁବିଧା ଲାଗି ରହିଛି। ଏଣୁ ସମ୍ବଲପୁର ସହରରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଢ଼ାଞ୍ଚାରେ ଏକ ସ୍ୱୟଂ ସମ୍ପୁର୍ଣ୍ଣ ତଥା ୧ ହଜାର ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଏକ ପ୍ରେକ୍ଷାଳୟ ନିର୍ମାଣ, ବୃହତ ଓ ସୁନ୍ଦର ମୁକ୍ତମଞ୍ଚ ନିର୍ମାଣ, କଳାକାର ମାନଙ୍କ ପାଇଁ ଅଭ୍ୟାସ କକ୍ଷ, ସ୍ୱୟଂ ସମ୍ପୁର୍ଣ୍ଣ ଜିଲା ସଂସ୍କୃତି ପରିଷଦ ଗଠନ, ସମ୍ବଲପୁର ଲୋକ ମହୋତ୍ସବର ବିଶେଷ ପରିଚୟ ରହିଥିବାରୁ ଏହାକୁ ସ୍ୱତନ୍ତ୍ର କରିବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବି କରାଯାଇଛି। ଆଜି ଦାବିପତ୍ର ପ୍ରଦାନ ସମୟରେ ସମ୍ବଲପୁରର କଳାକାର ଓ ସଂସ୍କୃତିପ୍ରେମୀ ତ୍ରିଲୋଚନ ତ୍ରିପାଠୀ, ବବୁଲୁ ବାଗ, ଘୁନୁ ଚରଣ ପାଢ଼ୀ, ଲଲିତ ମୋହନ ବେବର୍ତ୍ତା, ସୁର୍ଯ୍ୟ ପାଣିଗ୍ରାହୀ, ଯୋଗେଶ ନନ୍ଦ, ଅନୁପ କୁମାର ତରିଆ, କମଳ ଲୋଚନ ପଣ୍ଡା, ଚନ୍ଦ୍ର କାନ୍ତ ଭୋଇ, ନନ୍ଦ କିଶୋର ସାହୁ, ସୁବ୍ରତ କୁମାର ପଣ୍ଡା, ନିଉଟନ ରାୟ, ଜ୍ୟୋତିଷ ମହାନ୍ତି ଓ ଉମେଶ କୁମାର ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories