www.samajalive.in
Monday, December 8, 2025
27.1 C
Bhubaneswar

ଅଷ୍ଟ୍ରେଲିଆ ୧୦୪ରେ ଅଲଆଉଟ, ବୁମରାଙ୍କୁ ୫ ଉଇକେଟ

ସମାଜ ଡିଜିଟାଲ ଡେସ୍କ: ପର୍ଥରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ପାଳିରେ ୪୬ ରନରେ ଆଗୁଆ ରହିଛି। ଭାରତୀୟ ବୋଲିଂ ଲାଇନକୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନମାନେ ସାମ୍ନା କରି ନ ପାରି ଘରୋଇ ମାଟିରେ ବ୍ୟାଟିଂ ବିଫଳତାର ଶିକାର ହୋଇଛନ୍ତି। ଦଳ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୨୬ ରନ କରିବାରେ ସଫଳ ହୋଇଛନ୍ତି। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ସର୍ବାଧିକ ୫ ଉଇକେଟ ନେଇଥିବାବେଳେ ହର୍ଷିତ ରାଣା ୩ ଏବଂ ମହମ୍ମଦ ସିରାଜ ୨ଟି ଉଇକେଟ ଅକ୍ତିଆର କରିଥିଲେ।

ଭାରତ ପ୍ରଥମେ ବ୍ୟାଟିଂ କରି ୧୫୦ ରନରେ ଅଲଆଉଟ ହୋଇଯାଇଥିଲା। ଭାରତୀୟ ବ୍ୟାଟ୍ସମ୍ୟାନ ବି ଆରମ୍ଭରୁ ବ୍ୟାଟିଂ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ନିତିଶ କୁମାର ରେଡ୍ଡୀ ସର୍ବାଧିକ ୪୧ ରନ ସଂଗ୍ରହ କରିଥିବାବେଳେ ରୁଷଭ ପନ୍ତ ୩୭ ଏବଂ କେ.ଏଲ. ରାହୁ ୨୬ ରନ କରିଥିଲେ। ଅଷ୍ଟ୍ରେଲୀୟ ବୋଲର ଜୋଶ ହାଜେଲଉଡ଼ ସର୍ବାଧିକ ୪ଟି ଉଇକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ, ପ୍ୟାଟ୍‌ କମିନ୍ସ ଏବଂ ମିଚେଶ ମାର୍ଶ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories