ସମ୍ବଲପୁର: ରକ୍ତର ଅଭାବ ଚାଲିଥିବା ବେଳେ ବିରଳ ରକ୍ତ ମିଳିବା କଷ୍ଟକର ହୋଇ ପଡ଼ିଛି। ଏଭଳି ସମୟରେ ବିରଳ ରକ୍ତ ଏ ନେଗେଟିଭ ରକ୍ତର ଆବଶ୍ୟକତା ଜଣେ ଥାଲାସେମିଆ ଶିଶୁ ରୋଗୀଙ୍କ ରହିଥିଲା। ଏଣୁ ସମ୍ବଳ ଅନୁଷ୍ଠାନକୁ ଶିଶୁର ପିତା ଓ ମାତା ଯୋଗାଯୋଗ କରିବାରୁ ରାମଦାସ ପଣ୍ଡା ସ୍ଥାନୀୟ ରିଜର୍ଭ ପୁଲିସ ଲାଇନର ଆକାଶ ନାୟକଙ୍କୁ ରକ୍ତ ଦାନ ପାଇଁ ପରାମର୍ଶ ଦେଇଥିଲେ। ଫଳରେ ଆକାଶ ତୁରନ୍ତ ରାଜି ହେବାରୁ ବୁର୍ଲା ରକ୍ତ ଭଣ୍ଡାରକୁ ଯାଇ ବିରଳ ଗ୍ରୁପର ରକ୍ତ ଦାନ କରିଥିଲେ। ଏଣୁ ଆକାଶଙ୍କ ଏହି ମାନବୀୟ ସେବା ପାଇଁ ତାଙ୍କୁ ସବୁ ମହଲରୁ ଉଚ୍ଚ ପ୍ରଶଂସା କରାଯାଉଛି।
Popular Categories



