www.samajalive.in
Monday, December 8, 2025
17.1 C
Bhubaneswar

ଠେଲକୋପଡ଼ାରେ କୁତ୍ରିମ ଜଳ ଫୱାରା

ସମ୍ବଲପୁର: ପ୍ରଶାସନିକ ଅବହେଳାର ଚରମ ନମୁନା ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଠେଲକୋପଡ଼ା ଠାରେ ଦେଖିବାକୁ ମିଳିଛି। ସୁଇମିଂ ପୁଲ ଛକରୁ ପାଣିଟାଙ୍କ ଛକ ପର୍ଯ୍ୟନ୍ତ ଠେଲକୋପଡ଼ା ମଧ୍ୟ ଦେଇ ରହିଥିବା ରାସ୍ତା କଡରେ ଥିବା ନାଳ ୧ ବର୍ଷରୁ ଊର୍ଦ୍ଧ୍ବ ହେବ ଜାମ ହୋଇ ଯାଇଥିବାରୁ ରାଜରାସ୍ତା ଉପରେ ଆବର୍ଜନା ଜଳ ବର୍ଷତମାମ ବୋହି ଚାଲୁଛି। ଏହାକୁ ଠିକ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଅନୁରୋଧ ସତ୍ୱେ କୌଣସି ସୁଫଳ ମିଳି ନାହିଁ। ତେବେ ଶୁ୍‌‌କ୍ରବାର ଏହି ଜାମ ନାଳକୁ ଠିକ କରିବା ପାଇଁ ଉକ୍ତ ରାସ୍ତାକୁ ଆଜି ମଧ୍ୟ ଭାଗରେ ଖୋଳି ଦିଆଯାଇଛି। କିନ୍ତୁ ରାସ୍ତା ଖୋଳିବା ସମୟରେ ମାଟି ତଳେ ଯାଇଥିବା ପାନୀୟ ଜଳ ପାଇପ ଫାଟି ଯାଇଛି। ଫଳରେ ଆଜି ସନ୍ଧ୍ୟା ସମୟରୁ ଉକ୍ତ ସ୍ଥାନରେ କୁତ୍ରିମ ଜଳ ଫୁୱାରା ସୃଷ୍ଟି ହୋଇଛି ଏବଂ ଲକ୍ଷ ଲକ୍ଷ ଲିଟର ଜଳ ଅପଚୟ ହୋଇଛି। ଆଶ୍ଚର୍ଯ୍ୟଜନକ ବିଷୟ ଯେ, ଏହି ସ୍ଥାନରୁ ମାତ୍ର ୧୦୦ ମିଟର ଦୂରରେ ଜନସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟାଳୟ ରହିଥିବା ବେଳେ ମଧ୍ୟ ଜଳ ଅପଚୟ କରିବାକୁ ପ୍ରଶ୍ରୟ ଦିଆଯାଇଛି, ଯାହାକି ପ୍ରଶାସନର ହେଳୁଆ ମନୋବୃତ୍ତିକୁ ସ୍ପଷ୍ଟ ଦର୍ଶାଉଛି। ଗୋଟିଏ ପଟରେ ଆଜି ମଧ୍ୟ ସହରର ଅନେକ ଅଞ୍ଚଳକୁ ଜଳ ଯୋଗାଣ ସମ୍ଭବପର ହୋଇ ନ ଥିବା ବେଳେ ପ୍ରତି ଦିନ ଉଭୟ ବେଳା ପାଣିଟାଙ୍କିରୁ ଅନେକ ଟ୍ୟାଙ୍କର ଜଳ ନେଇ ଜଳକ୍ଲିଷ୍ଟ ସ୍ଥାନ ଗୁଡିକରେ ଜଳ ଯୋଗାଉଛନ୍ତି। କିନ୍ତୁ ଅପରପକ୍ଷରେ ଲକ୍ଷ ଲକ୍ଷ ଜଳ ଅପଚୟ ପ୍ରଶାସନିକ ଅବହେଳା କାରଣରୁ ହୋଇଛି। ଯାହାକୁ ସାଧାରଣରେ ନାପସନ୍ଦ କରାଯିବା ସହିତ ଏହା ଜଳ ଅପଚୟ ପାଇଁ ଦାୟୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories