www.samajalive.in
Saturday, December 6, 2025
16.1 C
Bhubaneswar

କେଉଁ ଦେଶରେ ଗିରଫ ହେବେ ନେତାନ୍ୟାହୁ

ଦହେଗ୍‌ : ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଯୁଦ୍ଧ ଅପରାଧରେ ଦୋଷୀ ସାବ୍ୟସ୍ତ କରି ଆନ୍ତର୍ଜାତିକ ନ୍ୟାୟିକ ଅଦାଲତ (ଆଇସିସି) ଗିରଫ ପରୱାନା ଜାରି କରିଛି। ଗୁରୁବାର ଆଇସିସି ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରିବା ପରେ ତାଙ୍କ ଗିରଫ ନେଇ ଆଶଙ୍କା ବଢିଛି। ନେତାନ୍ୟାହୁ ଏବେ ସ୍ବାଚ୍ଛନ୍ଦରେ ବିଦେଶ ଗସ୍ତ କରିପାରିବେ ନାହିଁ। ଆଇସିସିର ଗିରଫ ପରୱାନା ଆଧାରରେ ବିଭିନ୍ନ ରାଷ୍ଟ୍ର ନେତାନ୍ୟାହୁଙ୍କୁ ଗିରଫ କରିବା ଲାଗି ଚାହିଁ ବସିଛନ୍ତି। ୧୯୯୮ର ଚୁକ୍ତି ଅନୁଯାୟୀ ଆଇସିସି ଗଠନ କରାଯାଇଛି। ଆଇସିସି ଅଧୀନରେ ଏବେ ୧୨୪ଟି ରାଷ୍ଟ୍ର ଅନୁବନ୍ଧିତ ଅଛନ୍ତି। ଏହିସବୁ ରାଷ୍ଟ୍ର ମଧ୍ୟରୁ କେତେକ ରାଷ୍ଟ୍ର ଆଇସିସିର ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବାକୁ ସମ୍ମତି ପ୍ରକାଶ କରିଛନ୍ତି। ନେତାନ୍ୟାହୁଙ୍କୁ ଗିରଫ କରିବା ଲାଗି ସମ୍ମତି ପ୍ରକାଶ କରିଥିବା ରାଷ୍ଟ୍ର ମଧ୍ୟରେ କାନାଡା, ଇଟାଲୀ, ଆୟରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଭଳି ଦେଶ ଅଛନ୍ତି। ଆଉ କେତେକ ଦେଶ ଆଇସିସିର ଗିରଫ ପରୱାନାକୁ ଅଗ୍ରାହ୍ୟ କରିଛନ୍ତି। ଆମେରିକା, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ ଓ ହଙ୍ଗେରୀ ଭଳି ଦେଶ ଆଇସିସିର ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବେ ନାହିଁ ବୋଲି କହିଛନ୍ତି। କାରଣ ଏହିସବୁ ରାଷ୍ଟ୍ର ଇସ୍ରାଏଲର ବନ୍ଧୁ ରାଷ୍ଟ୍ର। ନେତାନ୍ୟାହୁଙ୍କ ବିରୋଧରେ ଆଇସିସି ଜାରି କରିଥିବା ଗିରଫ ପରୱାନାକୁ ଆମେରିକା ଶୁକ୍ରବାର ଅଗ୍ରାହ୍ୟ କରିଛି। ହ୍ବାଇଟ୍‌ହାଉସ୍ ପ୍ରେସ୍ ସଚିବ ଆଇସିସିର ଗିରଫ ପରୱାନାକୁ ନେଇ ଉଦ୍‌ବେଗ ପ୍ରକାଶ କରିବା ସହିତ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଆଇସିସିର ଗିରଫ ପରୱାନାକୁ ନେତାନ୍ୟାହୁ ନିନ୍ଦା କରିବା ସହିତ ଏପରି ନିଷ୍ପତ୍ତି ଇହୁଦି ବିରୋଧୀ ବୋଲି କହିଛନ୍ତି। ଗୁରୁବାର ଆଇସିସି ନେତାନ୍ୟାହୁଙ୍କ ସହିତ ଇସ୍ରାଏଲର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ ଓ ହମାସ ମୁଖ୍ୟ ମହମ୍ମଦ ଡେଇଫଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲା।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories