www.samajalive.in
Saturday, December 6, 2025
26.1 C
Bhubaneswar

ମେକ୍ସିକୋ ପାସପୋର୍ଟ ସବୁଠାରୁ ମହଙ୍ଗା

ଲଣ୍ଡନ: ଲାଟିନ ଆମେରିକୀୟ ରାଷ୍ଟ୍ର ମେକ୍ସିକୋରେ ପାସପୋର୍ଟ ସବୁଠାରୁ ମହଙ୍ଗା ବୋଲି ଜଣାପଡିଛିି। ମେକ୍ସିକୋରେ ପାସପୋର୍ଟ ପାଇବାକୁ ହେଲେ ଜଣେ ବ୍ୟକ୍ତିଙ୍କୁ ଭାରତୀୟ ମୁଦ୍ରାରେ ୧୯,୪୮୧.୭୫ ଟଙ୍କା ପୈଠ କରିବାକୁୁ ପଡିଥାଏ। ଏହି ପାସପୋର୍ଟ ୧୦ ବର୍ଷ ପାଇଁ ବୈଧ ରହିଥାଏ। ମେକ୍ସିକୋ ପକ୍ଷରୁ ତିନିପ୍ରକାର ପାସପୋର୍ଟ ଇସ୍ୟୁ କରାଯାଇଥାଏ। ୬ ବର୍ଷୀୟା ପାସପୋର୍ଟର ମୂଲ୍ୟ ୧୧,୧୧୫ ଟଙ୍କା ପଡୁଥିବାବେଳେ ୩ ବର୍ଷୀୟା ପାସପୋର୍ଟ ପାଇଁ ୧୪,୮୬୫ ଟଙ୍କା ଖର୍ଚ୍ଚ ବହନ କରିବାକୁ ପଡିଥାଏ। ମେକ୍ସିକୋ ପଛକୁ ତାଲିକାରେ ଅଷ୍ଟ୍ରେଲିଆ, ଆମେରିକା ଓ ନ୍ୟୁଜିଲାଣ୍ଡ ଯଥାକ୍ରମେ ୨ୟ, ୩ୟ ଓ ୪ର୍ଥ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆରେ ୧୦ ବର୍ଷୀୟା ପାସପୋର୍ଟ ପାଇବାକୁ ୧୯,୦୨୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ଆମେରିକାରେ ଏହା ୧୩,୮୯୯ ଟଙ୍କା ଏବଂ ନ୍ୟୁଜିଲାଣ୍ଡରେ ୧୦,୬୫୪ ଟଙ୍କା ପୈଠ କରିବାକୁ ପଡିଥାଏ। ଅପରପକ୍ଷରେ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍‌ସ)ର ପାସପୋର୍ଟ ସବୁଠାରୁ ଶସ୍ତା ବୋଲି ଜଣାପଡିଛି। ଏହାପଛକୁ ଶସ୍ତା ପାସପୋର୍ଟ ତାଲିକାରେ ଭାରତ, ହଙ୍ଗେରୀ, ଦକ୍ଷିଣ ଆଫ୍ରିକା ଓ କେନିଆ ଯଥାକ୍ରମେ ୨ୟରୁ ୫ମ ସ୍ଥାନରେ ରହିଛନ୍ତି। ଭାରତରେ ୧୦ ବର୍ଷୀୟା ପାସପୋର୍ଟ ପ୍ରସ୍ତୁତ କରିବାକୁ ୧୫୨୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବାବେଳେ ହଙ୍ଗେରୀରେ ଏହା ୧୭୪୭ ଟଙ୍କା (୫ ବର୍ଷୀୟା), ଦକ୍ଷିଣ ଆଫ୍ରିକାରେ ୨୬୬୪ ଟଙ୍କା ଏବଂ କେନିଆରେ ଏହା ୨୭୧୦ ଟଙ୍କାରେ ସମ୍ଭବ ହୋଇପାରୁଛି। ତେବେ ବାର୍ଷିକ ଖର୍ଚ୍ଚ ତୁଳନାରେ ଭାରତୀୟ ପାସପୋର୍ଟର ବିଶେ​‌ଷ ଚାହିଦା ରହିଛି। ଭାରତୀୟଙ୍କ ପାଇଁ ୫୮ଟି ରାଷ୍ଟ୍ର ଭିସାମୁକ୍ତ ହୋଇଥିବାବେଳେ ୨୦୨୪ ହେନ୍‌ଲି ପାସପୋର୍ଟ ସୂଚକାଙ୍କ ଅନୁଯାୟୀ ଭାରତୀୟ ପାସପୋର୍ଟ ବିଶ୍ବରେ ୮୨ତମ ସ୍ଥାନରେ ରହିଛି। ବିଶ୍ବର ବିଭିନ୍ନ ପ୍ରାନ୍ତକୁ ଗସ୍ତ କରିବା ନିମନ୍ତେ ପାସପୋର୍ଟ ଜରୁରୀ ହୋଇଥାଏ। ଏହାବ୍ୟତୀତ ଏହା ସଂପୃକ୍ତ ବ୍ୟକ୍ତିିଙ୍କ ଜାତୀୟତା ଓ ପରିଚୟ ପତ୍ର ଭାବେ ମଧ୍ୟ ପ୍ରମାଣିତ ହୋଇଥାଏ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories