www.samajalive.in
Friday, December 5, 2025
17.1 C
Bhubaneswar

ଶିଶୁ ବିକ୍ରି ଘଟଣା; କ୍ରେତା ଓ ମଧ୍ୟସ୍ଥଙ୍କ ସହ ନିଲମ୍ବିତ ଏଏନ୍‌ଏମ୍‌ ଗିରଫ, ରାଷ୍ଟ୍ରପତିଙ୍କଠୁ ପୁରସ୍କାର ପାଇଥିଲେ ଏଏନଏମ

ବଲାଙ୍ଗିର/ଖପ୍ରାଖୋଲ: ବଲାଙ୍ଗିର ଜିଲା ଶିଶୁବିକ୍ରି ଘଟଣା ସମ୍ପୃକ୍ତି ଅଭିଯୋଗରେ ଖପ୍ରାଖୋଲ ବ୍ଲକ ସୁନାମୁଦି ଉପ ସ୍ବାସ୍ଥ୍ୟକେନ୍ଦ୍ର ଏଏନଏମ ମମତା ଭୋଇଙ୍କୁ ଶୁକ୍ରବାର ନିଲମ୍ବନ କରାଯାଇଛି। ଏହି ଘଟଣାରେ ମମତାଙ୍କ ସମେତ ଶିଶୁକନ୍ୟା କିଣିଥିବା କଳାହାଣ୍ଡି ଜିଲା ମଦନପୁର ରାମପୁର ଅଞ୍ଚଳର ରାଜେଶ ମିତ୍ତଲ ଓ ମଧ୍ୟସ୍ଥ ଥିବା ବଲାଙ୍ଗିର ଜିଲା ଲାଠୋର ଅଞ୍ଚଳର ଅଶୋକ ଅଗ୍ରୱାଲଙ୍କୁ ପୁଲିସ ଗିରଫ କରିଛି।
ସୂଚନା ଅନୁସାରେ, ଖପ୍ରାଖୋଲ ବ୍ଲକ ସାନଗୁର୍ଜିଭଟା ଗାଁର ଅରୁଣାବତୀଙ୍କୁ ପ୍ରସବ ବେଦନା ହେବାରୁ ସ୍ଥାନୀୟ ଆଶାକର୍ମୀ ତାଙ୍କୁ ସୁନାମୁଦି ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ଶିଶୁକନ୍ୟା ଜନ୍ମ ପରେ ତାକୁ ଅନ୍ୟ ଏକ ନିଃସନ୍ତାନ ଦମ୍ପତିଙ୍କୁ ଲୁଚାଚୋରାରେ ହସ୍ତାନ୍ତର କରି ଦିଆଯାଇଥିଲା। ଜନ୍ମମୃତ୍ୟୁ ପଞ୍ଜୀକରଣ ଫର୍ମରେ ମଧ୍ୟ ଜାଲିଆତି କରି ଜନ୍ମଦାତ୍ରୀ ଅରୁଣାବତୀଙ୍କ ନାମ ବଦଳରେ ସେହି ନିଃସନ୍ତାନ ଦମ୍ପତିଙ୍କ ନାମ
ରହିଲା। ଅରୁଣାବତୀଙ୍କୁ ଡାକ୍ତରଖାନାକୁ ନେଇଥିବା ଆଶାକର୍ମୀ ମା ଓ ଛୁଆର ଦେହପା କଥା ବୁଝିବାକୁ ଯାଇ ଦେଖିଲା ବେଳକୁ ଘରେ ଛୁଆ ନଥିଲା। ଛୁଆ କାହିଁଗଲା ବୋଲି ପଚାରିବାରୁ ଘରଲୋକେ ନାନା କଥା କହିଥିଲେ। ତେଣୁ ଆଶା ଦିଦିଙ୍କ ମନରେ ଶିଶୁବିକ୍ରି ସନ୍ଦେହ ହୋଇଥିଲା। ଏହି ଘଟଣା କ୍ରମେ ପ୍ରଘଟ ହେବାରୁ ଶିଶୁ ସୁରକ୍ଷା ସମିତି ଓ ସ୍ଥାନୀୟ ପ୍ରଶାସନ ଏହି ଘଟଣାର ତଦନ୍ତ କରିଥିଲେ। ନିଜେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଗତ ୧୯ ତାରିଖରେ ସେହି ଗାଁକୁ ଯାଇ ପଚରାଉଚୁରା କରିଥିଲେ। ଶିଶୁବିକ୍ରି ଧରା ପଡ଼ିଯିବାରୁ ଜନ୍ମମୃତ୍ୟୁ ପଞ୍ଜୀକରଣ ଫର୍ମରେ ଜନ୍ମଦାତ୍ରୀଙ୍କ ନାମ ସଂଶୋଧନ କରାଯାଇଥିବା ମଧ୍ୟ ପଦାକୁ ଆସିଥିଲା।
ସମଗ୍ର ଘଟଣା ସନ୍ଦେହ ପରିସରକୁ ଆସିଥିଲେ ସୁନାମୁଦି ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନ୍‌ଏମ୍‌ ମମତା ଭୋଇ। ସେ ଦଲାଲ ଜରିଆରେ କଥାବାର୍ତ୍ତା କରି ୩ ଲକ୍ଷ ୫୦ ହଜାର ଟଙ୍କାରେ ନବଜାତ ଶିଶୁକନ୍ୟାକୁ ଏକ ନିଃସନ୍ତାନ ଦମ୍ପତିଙ୍କୁ ବିକି ଦେଇଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଏଏନ୍‌ଏମ୍‌ ମମତା ଭୋଇଙ୍କୁ ବଲାଙ୍ଗିର ଜିଲାପାଳଙ୍କ ନିର୍ଦେଶରେ ସିଡିଏମ୍‌ଓ ନିଲମ୍ବନ କରିଛନ୍ତି। ପ୍ରଶାସନ ଓ ପୁଲିସ ଏହାର ତଦନ୍ତ ଚଳାଇଥିଲେ ମଧ୍ୟ ଶିଶୁକନ୍ୟାର ଖୋଜଖବର ମିଳିନାହିଁ। ତେବେ ପୁଲିସ ଛତିଶଗଡ଼ ରାୟପୁରରୁ ଶିଶୁକନ୍ୟାକୁ କିଣିଥିବା ବ୍ୟକ୍ତି ଓ ମଧ୍ୟସ୍ଥିଙ୍କ ସହିତ ନିଲମ୍ବିତ ଏଏନ୍‌ଏମ୍‌ ମମତାଙ୍କୁ ଗିରଫ କରିଛି।

ଏଏନ୍‌ଏମ୍‌ ମମତା ଭୋଇ ୨୦୦୯ରୁ ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ସୁନାମୁଦି ଉପସ୍ବାସ୍ଥ୍ୟକେନ୍ଦ୍ରରେ କାମ କରି ଆସୁଛନ୍ତି। ସରକାରୀ ଡାକ୍ତରଖାନାରେ ସଫଳ ପ୍ରସବ କରାଇବାରେ ସେ ବେଶ ପ୍ରଶଂସା ସାଉଁଟିଛନ୍ତି।
୨୦୧୯ରେ ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏଥି ପାଇଁ ‘ଜାତୀୟ ନାଇଟଙ୍ଗେଲ୍‌ ପୁରସ୍କାର’ ପ୍ରଦାନ କରିଥିଲେ। ଏହା ପରଠୁ ମମତା ଜାତୀୟ ଓ ରାଜ୍ୟସ୍ତରରେ ଏକ ପରିଚିତ ନାଁ ହୋଇଯାଇଥିଲେ। କିନ୍ତୁ ତା’ପରଠୁ ତାଙ୍କ କାର‌୍ୟ୍ୟଶୈଳୀରେ ଅସ୍ବାଭାବିକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ସେ ପ୍ରସବ ପାଇଁ ଟଙ୍କା ଦାବି କରୁଛନ୍ତି ଓ ମନମର୍ଜି କାମ କରୁଛନ୍ତି ବୋଲି ଅଭିଯୋଗ ହୋଇଆସୁଥିଲା। ଏହି ଶିଶୁବିକ୍ରି ଘଟଣାରେ ତାଙ୍କୁ ଖଳନାୟିକା ଆଖ୍ୟା ଦିଆଯାଉଛି। ନିଲମ୍ବିତ ଏଏନଏମଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିନାହିଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories