www.samajalive.in
Friday, December 5, 2025
27.1 C
Bhubaneswar

ନୂଆଦିଲ୍ଲୀରେ ହେବ ବିଶ୍ବ ସମବାୟ ସମ୍ମିଳନୀ

ନୂଆଦିଲ୍ଲୀ : ଜାତିସଂଘ ଆନ୍ତର୍ଜାତିକ ସମବାୟ ବର୍ଷ ୨୦୨୫କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିବେ ବୋଲି ଇଫ୍‌କୋ ଲିମିଟେଡ, ସମବାୟ ମନ୍ତ୍ରଣାଳୟ ଓ ଅନ୍ତର୍ଜାତୀୟ ସମବାୟ ସଂଘ (ଆଇସିଏ) ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ପ୍ରଥମ ଥର ପାଇଁ ଇଫ୍‍କୋ ପ୍ରୟାସରେ ଆଇସିଏ ସାଧାରଣ ପରିଷଦ ବୈଠକ ଓ ବିଶ୍ବ ସମବାୟ ସମ୍ମିଳନୀ ଭାରତରେ ଆୟୋଜିତ ହେବ। ସମବାୟ ମନ୍ତ୍ରଣାଳୟ ସଚିବ ଡ.ଆଶିଷ କୁମାର ଭୁଟାନି କହିଛନ୍ତି ଯେ, ସମବାୟ ମନ୍ତ୍ରୀ ଅମିତ ଶାହ ବିଶ୍ବ ସମବାୟ ସମ୍ମିଳନୀର ଉଦ୍‍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଆନ୍ତର୍ଜାତିକ ସମବାୟ ବର୍ଷ- ୨୦୨୫ ଉପରେ ଏକ ସ୍ମାରକୀ ଡାକଟିକଟ ଉନ୍ମୋଚିତ ହେବ। ଭୁଟାନ ପ୍ରଧାନମନ୍ତ୍ରୀ ଡାଶୋ ଶେରିଂ ତୋବଗେ ଏବଂ ଫିଜି ଉପ ପ୍ରଧାନମନ୍ତ୍ରୀ ମାନୋଆ କାମିକାମିକା ମଧ୍ୟ ବିଶିଷ୍ଟ ଅତିଥି ଭାବରେ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇ ଇଫକୋ ଲିମିଟେଡ୍‌ର ପରିଚାଳନା ନିର୍ଦେଶକ ଡ.ୟୁ ଏସ ଅୱସ୍ଥି କହିଥିଲେ। କାର୍ଯ୍ୟକ୍ରମ ନଭେମ୍ବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀର ପ୍ରଗତି ମଇଦାନ, ଆଇଟିପିଓ ଭାରତ ମଣ୍ଡପମ୍‍ରେ ଅନୁଷ୍ଠିତ ହେବ।ସମ୍ମିଳନୀରେ ଭାରତୀୟ ସମବାୟଗୁଡିକ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିଶେଷ ଭାବେ ପ୍ରସ୍ତୁତ ହାଟରେ ପ୍ରଦର୍ଶିତ ହେବ।

 

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories