www.samajalive.in
Monday, December 15, 2025
26.1 C
Bhubaneswar

ଶ୍ରୀଲିଙ୍ଗରାଜ ମନ୍ଦିରରେ ବିଦେଶୀ: ବେଶ ଓ ଭୋଗ ମାରା, ନୀତିକାନ୍ତିରେ ବିଳମ୍ବ

ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ପୁଣି ଅବ୍ୟବସ୍ଥା। ନିକଟରେ ଫଟୋ ଉଠାକୁ କେନ୍ଦ୍ର କରି ବିବାଦ ଦେଖା ଦେଇଥିବାବେଳେ ଶୁକ୍ରବାର ସୁରକ୍ଷା ଢିଲା ଯୋଗୁଁ ଆଉ ଏକ ଅଘଟଣ ଘଟିଛି। ଜନୈକ ବିଦେଶୀ ଅଣହିନ୍ଦୁ ପର‌୍ୟ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିବା ଯୋଗୁଁ ଦିଅଁଙ୍କ ବେଶ ଓ ଭୋଗ ମାରା ‌େ‌ହବା ସହ ନୀତିକାନ୍ତିରେ ବିଳମ୍ବ ହୋଇଥିଲା। ଶ୍ରୀଲିଙ୍ଗରାଜ ମନ୍ଦିରରେ ବାରମ୍ବାର ଏଭଳି ଅବ୍ୟବସ୍ଥା ହେଉଥିବାରୁ ଶ୍ରଦ୍ଧାଳୁମହଲରେ ଅସନ୍ତୋଷ ଦେଖା ଦେଇଛି। ପୁଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଅବହେଳା ଯୋଗୁଁଁ ଆଜି ଜଣେ ଅଣହିନ୍ଦୁ ପର‌୍ୟ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରିଛନ୍ତି ବୋଲି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ଅଭିଯୋଗ କରିଛନ୍ତି।
ଦିଅଁଙ୍କ ସକାଳ ଧୂପ ପ୍ରସ୍ତୁତ ସମୟ ଅର୍ଥାତ ମଧ୍ୟାହ୍ନରେ ମନ୍ଦିର ସିଂହଦ୍ବାର ଦେଇ ଜଣେ ଅଣହିନ୍ଦୁ ପର‌୍ୟ୍ୟଟକ ସିଧା ଗରୁଡ଼ସ୍ତମ୍ଭ ନିକଟରେ ପହଞ୍ଚିଥିଲେ। ସେଠାରେ ଜଣେ ସେବାୟତଙ୍କ ନଜର ପଡ଼ିବା ପରେ ଘଟଣା ଜଣାପଡ଼ିଥିଲା। ଏହାପରେ ପ୍ରସ୍ତୁତ ହୋଇଥିବା ଅବଢ଼ା, କୋଠଭୋଗ ଅମଣିଆ କୂଅରେ ଫିଙ୍ଗା ଯାଇଥିଲା। ନୀତିକାନ୍ତି ପାଇଁ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର
ଚତୁଃପାର୍ଶ୍ବରେ ଚୂନପାଣି ସିଞ୍ଚନ କରାଯାଇ ବଡ଼ଧୋକାଳ କରାଯାଇଥିଲା। ଦିଅଁଙ୍କ ମହାସ୍ନାନ, ସୂର‌୍ୟ୍ୟପୂଜା ଓ ଦ୍ବାରପାଳ ସହିତ ବେଶ କରାଯାଇଥିଲା। ଏହାପରେ ମନ୍ଦିର ପ୍ରଶାସନ ପକ୍ଷରୁ ଅବଢ଼ା ଏବଂ କୋଠଭୋଗ ପାଇଁ ସାମଗ୍ରୀ ଦିଆଯାଇଥିଲା। ପ୍ରାୟ ସନ୍ଧ୍ୟା ୫ଟା ୧୫ରେ ନୀତି କରାଯାଇଥିଲା। ଏହି ଘଟଣା ପରେ ଏବେ ମନ୍ଦିର ଓ ପୁଲିସ ପ୍ରଶାସନ ପକ୍ଷରୁ ଦୋଷ ଲଦାଲଦି ଚାଲିଛି। ସିଂହଦ୍ବାରରେ ଯେଉଁ କର୍ମଚାରୀ ନିୟୋଜିତ ଥିଲେ ସେ ସେହି ସମୟରେ ସେଠାରେ ନଥିବା ସେବାୟତଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories