www.samajalive.in
Monday, December 15, 2025
24.1 C
Bhubaneswar

୪୦ ବର୍ଷ ତଳେ ଏପ୍ରିଲ ୧୩ରେ…ଭାରତକୁ ପ୍ରଥମ ଏସିଆ କପ୍‌ ଟ୍ରଫି

ନୂଆଦିଲ୍ଲୀ: ଠିକ୍ ୪୦ ବର୍ଷ ତଳେ ଏପ୍ରିଲ ୧୩ରେ ଭାରତ ପ୍ରଥମ ଏସିଆ କପ୍‌ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍‌ ହୋଇଥିଲା। ୧୯୮୪ ଏପ୍ରିଲ ୧୩ରେ ଖେଳା ଯାଇଥିବା ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ୫୪ ରନ୍‌ରେ ପରାସ୍ତକରି ଭାରତ ଏସିଅା କପ୍‌ର ପ୍ରଥମ ସଂସ୍କରଣ ଜିତିଥିଲା।

ୟୁଏଇରେ ଏସୀୟ କ୍ରିକେଟ୍‌ ପରିଷଦ ଗଠନ ହେବା ପରେ ଏସିଆ କପ୍‌ ଆୟୋଜନର ଯୋଜନା ହୋଇଥିଲା। ୧୯୮୪ ଏପ୍ରିଲରେ ପ୍ରଥମ ଏସିଆ କପ୍‌ରେ ୩ଟି ଦଳ- ଭାରତ, ପାକିସ୍ତାନ ଓ ଶ୍ରୀଲଙ୍କା ଭାଗ ନେଇଥିଲେ। ସମସ୍ତ ମ୍ୟାଚ୍‌ ୟୁଏଇର ଶାରଜା ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳା ଯାଇଥିଲା। ୧୯୮୪ ଏପ୍ରିଲ ୬ରେ ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା ଶାରଜା ଷ୍ଟାଡିୟମ୍‌ରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଥିଲା। ଏହି ମ୍ୟାଚ୍‌କୁ ଶ୍ରୀଲଙ୍କା ୫ ୱିକେଟରେ ଜିତିଥିଲା। ୨ୟ ଲିଗ୍‌ ମ୍ୟାଚ୍‌ରେ ଚେତନ ଶର୍ମା ଓ ମଦନ ଲାଲ ୩ଟି ଲେଖାଏଁ ୱିକେଟ ନେବାରୁ ଶ୍ରୀଲଙ୍କା ୯୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ଭାରତ ୧୦ ୱିକେଟରେ ଜିତିଥିଲା। ଭାରତ-ପାକିସ୍ତାନ ଶେଷ ଲିଗ୍‌ ମ୍ୟାଚ୍‌ ଏପ୍ରିଲ ୧୩ରେ ଖେଳା ଯାଇଥଲା। ୪୬ ଓଭରର ମ୍ୟାଚ୍‌ରେ ଭାରତ ୪ ୱିକେଟରେ ୧୮୮ ରନ୍‌ କରିଥିଲା। ସୁରିନ୍ଦର ଖାନ୍ନା ୫୬, ସନ୍ଦୀପ ପାଟିଲ ୪୩ ଓ ଅଧିନାୟକ ସୁନୀଲ ଗାଭାସ୍କର ଅପରାଜିତ ୩୬ ରନ୍‌ କରିଥିଲେ। ପାକିସ୍ତାନ ୩୯.୪ ଓଭରରେ ୧୩୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲା। ମୋହ୍‌ସିନ ଖାଁ ୩୫ ଓ ଅଧିନାୟକ ଜାହିର ଆବାସ୍‌ ୨୭ ରନ୍‌ କରିଥିଲେ। ରଜର ବିନ୍ନି ଓ ରବି ଶାସ୍ତ୍ରୀ ୩ଟି ଲେଖାଏଁ ୱିକେଟ ନେଇଥିଲେ। ୪ ଜଣ ରନ୍‌ଆଉଟ୍‌ ହୋଇଥିଲେ। ସୁରିନ୍ଦର ଖାନ୍ନା ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଓ ପ୍ଲେୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories