www.samajalive.in
Saturday, December 6, 2025
26.1 C
Bhubaneswar

ହେତ୍‌ମେୟର ପ୍ରହାର – ପଞ୍ଜାବକୁ ହରାଇ ଶୀର୍ଷରେ ରାଜସ୍ଥାନ

ମୁଲାନ୍‌ପୁର: ଚଳିତ ଆଇପିଏଲ୍‌ରେ କ୍ରମାଗତ ୪ଟି ମ୍ୟାଚ୍‌ ଜିତିବା ପରେ ୫ମ ମ୍ୟାଚ୍‌ ହାରିଥିବା ରାଜସ୍ଥାନ ପୁଣି ବିଜୟଧାରାକୁ ଫେରିଛି। ଶନିବାର ପଞ୍ଜାବ କିଙ୍ଗ୍‌ସକୁ ୩ ୱିକେଟରେ ରାଜସ୍ଥାନ ପରାସ୍ତ କରିଛି। ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଓ ଆଶୁତୋଷ ଶର୍ମାଙ୍କ ଉପଯୋଗୀ ଇନିଂସ ବଳ​‌େ​‌ର ପଞ୍ଜାବ କିଙ୍ଗ୍‌ସ ୮ ୱିକେଟରେ ୧୪୭ ରନ୍‌ କରି ପାରିଥିଲା। ପରେ ଯଶସ୍ବୀ ଜୟସୱାଲ ଏବଂ ସିମ୍ରନ୍ ହେତ୍‌ମେୟରଙ୍କ ଲଢ଼ୁଆ ଇନିଂସ ବଳରେ ଗୋଟିଏ ବଲ୍ ବାକିଥାଇ ୭ ୱିକେଟ ହରାଇ ରାଜସ୍ଥାନ ବିଜୟୀ ହୋଇଥିଲା। ୫ମ ବିଜୟ ପରେ ରାଜସ୍ଥାନ ଶୀର୍ଷ ସ୍ଥାନ ବଜାୟ ରଖିଛି। ପଞ୍ଜାବ କିଙ୍ଗ୍‌ସ ୬ଷ୍ଠ ମ୍ୟାଚ୍‌ରେ ୪ର୍ଥ ପରାଜୟ ଭୋଗିଛି।

୧୪୮ ରନ୍‌ ଲକ୍ଷ୍ୟରେ ଇନିଂସ ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍‌ସ ପାଇଁ ଜୋସ୍‌ ବଟ୍‌ଲରଙ୍କ ସ୍ଥାନ​‌େ​‌ର ତନୁଷ କୋଟିଆନ୍‌ ଇନିଂସ ଓପନ୍‌ କରିଥିଲେ। ଯଶସ୍ବୀ ଜୟସୱାଲ ଓ କୋଟିଆନ୍‌ ୫୬ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲେ। ତନୁଷ କୋଟିଆନ୍ ୩୧ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌ କରିଥିଲେ। ଯଶସ୍ବୀ ଓ ଅଧିନାୟକ ସଞ୍ଜୁ ସାମ୍‌ସନ ୨୦ ବଲ୍‌ରୁ ୨୬ ରନ୍‌ ଯୋଡ଼ିଥିଲେ। ୧୩ଶ ଓଭର ପର୍ଯ୍ୟନ୍ତ ଜଗିରଖି ଖେଳିଥିବା ବାମହାତି ଯଶସ୍ବୀ ଜୟସୱାଲ ୨୮ ବଲ୍‌ରୁ ୪ଟି ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇଥିଲେ। ସାମ୍‌ସନ ୧୪ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୮ ରନ୍‌କରି ବିଦାୟ ନେଇଥିଲେ। ୨୧ ବଲ୍‌ରୁ ୩୫ ରନ୍‌ ଆବଶ୍ୟକ ଥିବା ବେଳେ ଫର୍ମରେ ଥିବା ରିୟାନ୍ ପରାଗ ଆଉଟ୍‌ ହୋଇ ଯାଇଥିଲେ। ପରାଗ ୧୮ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୩ ରନ୍‌ କରିଥିଲେ। ଧ୍ରୁବ ଜୁରେଲ ୬ ରନ୍‌ କରିଥିଲେ। ପରେ ରୋଭ୍‌ମ୍ୟାନ୍ ପୱେଲ୍‌ ୫ ବଲ୍‌ରୁ ୨ଟି ଚୌକା ସହ ୧୧ ରନ୍‌ କରିଥିଲେ। ଶେଷ ୪ ବଲ୍‌ରୁ ୧୦ ରନ୍‌ ଆବଶ୍ୟକ ଥିବା ବେଳେ ହେତ୍‌ମେୟର ୩ଟି ବଲ୍‌ରୁ ୧୪ ରନ୍‌ ମାରି ଦଳକୁ ଜିତାଇଥିଲେ। ହେତ୍‌ମେୟର ୧୦ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୭ ରନ୍‌କରି ଅପରାଜିତ ଥିଲେ। କାଗିସୋ ରାବାଡା ଓ ସାମ୍ କରନ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

- Advertisement -

ଟସ୍ ଜିତି ରାଜସ୍ଥାନ ରୟାଲ୍‌ସ ଫିଲ୍‌ଡିଂ କରିଥିଲା। ୨୭ ରନ୍‌ର ଓପ୍‌ନିଂ ଭାଗିଦାରୀ କରିବା ପରେ ଅଥର୍ବ ତାଇଡେ ୧୨ ବଲ୍‌ରୁ ୨ଟି ଚୌକା ସହ ୧୫ ରନ୍‌କରି ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ବିସ୍ଫୋରକ ଓପ୍‌ନର ଜନି ବେୟାରଷ୍ଟୋ ତାଙ୍କ ଖରାପ ଫର୍ମ ବଜାୟରଖି ୧୯ ବଲ୍‌ରୁ ଗୋଟିଏ ଚୌକା ସହ ୧୫ ରନ୍‌କରି ବିଦାୟ ନେଇଥିଲେ। ପ୍ରଭସିମ୍ରନ୍ ସିଂହ ୧୪ ବଲ୍‌ରୁ ମାତ୍ର ୧୦ ରନ୍‌ କରି ପାରିଥିଲେ। ଶିଖର ଧାୱନଙ୍କ ସ୍ଥାନରେ ପଞ୍ଜାବ କିଙ୍ଗ୍‌ସର ନେତୃତ୍ବ ନେଇଥିବା ସାମ୍‌ କରନ୍‌ ପୁଣି ବିଫଳ ​‌େ‌ହାଇ ୬ ରନ୍‌କରି ବିଦାୟ ନେଇଥିଲେ। ଗତ ୨ଟି ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସର ହିରୋ ଶଶାଙ୍କ ସିଂହ ମାତ୍ର ୯ ରନ୍‌ କରି ପାରିଥିଲେ। ଫଳରେ ୧୩ଶ ଓଭରରେ ପଞ୍ଜାବ ମାତ୍ର ୭୦ ରନ୍‌କରି ୫ଟି ୱିକେଟ୍‌ ହରାଇଥିଲା। ପରେ ଜିତେଶ ଶର୍ମା ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ୬ଷ୍ଠ ୱିକେଟ ପାଇଁ ୨୪ ବଲ୍‌ରୁ ୩୩ ରନ୍‌ ଯୋଡ଼ିଥିଲେ। ଜିତେଶ ୨୪ ବଲ୍‌ରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୯ ରନ୍‌ କରିଥିଲେ। ଲିଭିଙ୍ଗ୍‌ଷ୍ଟୋନ୍‌ ୧୪ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍‌କରି ବିଦାୟ ନେଇଥିଲେ। କ୍ରମାଗତ ୩ୟ ମ୍ୟାଚ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିବା ଆଶୁତୋଷ ଶର୍ମା ୧୬ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୩୧ ରନ୍‌ କରିଥିଲେ। ଆଭେସ୍ ଖାଁ ଏବଂ କେଶବ ମହାରାଜ ୩ଟି ଲେଖାଏଁ ୱିକେଟ୍‌ ନେଇଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories