www.samajalive.in
Saturday, December 6, 2025
19.1 C
Bhubaneswar

ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଜାରି

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଜଣେ ପଚିଶ ବର୍ଷୀୟ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବତୀ ଜଣକ ଫିରିଙ୍ଗିଆ ଥାନା ନୁଆଁପଦର ପଂଚାୟତ ଅଧୀନରେ ଥିବା ରବିଙ୍ଗିଆ ଗାଁର ସରିତା କହଁର ବୋଲି ଜଣାପଡିଛି। ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ଥାନାରେ ଏକା ଲିଖିତ ଅଭିଯୋଗ କଲାପରେ ଫିରିଙ୍ଗିଆ ପୋଲିସ ୦୩/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ତଦନ୍ତ ଜାରିରଖିଥିବା ଜଣାପଡିଛି। ମୃତ ଯୁବତୀଙ୍କ ଭାଇ ପ୍ରାତପ କହଁରଙ୍କ ବୟାନ ଅନୁସାରେ ମୃତ ଯୁବତୀ ଜଣକ ଇଣ୍ଟରନେସନାଲ ମାର୍କେଟିଙ୍ଗ କର୍ପୋର୍ବସନ ନାମକ ଏକ ବେସରକାରୀ ଆୟୁର୍ବେଦିକ କମ୍ପାନୀର ମାର୍କେଟିଙ୍ଗ ଏଜେଣ୍ଟ ଭାବରେ କାମ କରୁଥିଲେ ଓ ଗତ ଦୁଇତାରିଖ ଦିନ ସେ କମ୍ପାନୀର ବାର୍ଷିକ ଉତ୍ସବ ପାଇଁ ତାଙ୍କ ସହପାଠୀ ମାନଙ୍କ ସହ ଦିଲ୍ଲୀ ଯାଇ ଗତ ଦଶ ତାରିଖ ରାତିରେ ନିଜଘର ରବିଙ୍ଗିଆକୁ ଫେରିଥିଲେ ଓ ଗତ ଏଗାର ତାରିଖ ଦିନ ହଠାତ ତାଙ୍କ ଦେହ ଅସୁସ୍ଥ ହେବା ସହ ବାନ୍ତି ଓ ଝାଡା ହୋଇଥିଲା। ପରେ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories