www.samajalive.in
Sunday, December 7, 2025
26.1 C
Bhubaneswar

୩ବର୍ଷର ଶିଶୁ ଖାଉଛି ସୋଫାଗଦି, ଉଲ୍ ଓ କାନ୍ଥ ପ୍ଲାଷ୍ଟର, କାରଣ ଜାଣି ହେବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ବୟସ ମାତ୍ର ୩ ବର୍ଷ । ନାଁ ତାର ବିଟର। ଛୋଟ ଝିଅଟିର ଖାଇବା ସମ୍ପର୍କରେ ଆପଣମାନେ ଜାଣିଲେ ଲୋମ ଟାଙ୍କୁରୀ ଉଠିବ। ବିଟରର ମାଆ ଯାହା କହିଛନ୍ତି , ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଛୋଟ ବେଳୁ ଏହି ଛୋଟ ଝିଅଟିର ବହୁ ବିପଦଜନକ ଓ ମାରାତ୍ମକ ଜିନିଷ ଖାଇବାର ଅଭ୍ୟାସ ରହିଛି। ବିଟର ଛୋଟବେଳୁ ଖାଦ୍ୟ ଜିନିଷ ନଖାଇ କାନ୍ଥରେ ଲାଗିଥିବା ପ୍ଲାଷ୍ଟର, ସୋଫାର ଫୋମ୍ , ଉଲ ଆଦିକୁ  ଖାଦ୍ୟ ରୂପେ ଖାଇଥାଏ । ଏହାର କାରଣ ସମ୍ପର୍କରେ ତାଙ୍କ ମାଆ ଦିନେ ଜାଣିବାକୁ ଚେଷ୍ଟା କରିଥିଲେ। ପରେ ତାଙ୍କୁ ଜଣାପଡିଥିଲା ଯେ , ତାଙ୍କ ଝିଅ ଅଟିଜିମ୍ ନାମକ ରୋଗରେ ପୀଡିତ , ଯାହାକୁ ପିକା କୁହାଯାଏ।  ଏହି ରୋଗରେ ପୀଡିତ ରୋଗୀ ଏପରି ଜିନିଷ ଖାଇବାରେ ଅଭ୍ୟସ୍ତ ହୋଇଯାଆନ୍ତି , ଯାହା ଖାଇବା ଯୋଗ୍ୟ ନୁହେଁ, ତାହା ସାଂଘାତିକ ହୋଇଥାଏ। ଘରେ ପଡିଥିବା ନୂଆ ସୋଫାଠାରୁ ଆରମ୍ଭ କରି ଫଟୋ ଫ୍ରେମ୍ ମଧ୍ୟ ଖାଇବାକୁ ଉଦ୍ୟମ କରିଥିବା କଥା ମହିଳା ଜଣକ କହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଦିନେ ସେ ସକାଳୁ ଉଠିବା ବେଳକୁ ତାଙ୍କ ଝିଅ କମ୍ବଳ ଖାଉଥିବା ଦେଖିବାକୁ ପାଇଥିଲେ। ଛୋଟବେଳୁ ସେମିତି କିଛି ଲକ୍ଷଣ ଜଣାପଡିନଥିଲା। ହେଲେ ଯେତେବେଳେ ଝିଅଟି ୧୩ ମାସର ହୋଇଥିଲା।  ସେତେବେଳେ ତାଠାରେ କିଛି ଅଜିବ୍ ଲକ୍ଷଣ  ଦେଖାଦେଇଥିଲା। ଏହା ପରେ ତାଙ୍କ ମାଆ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ ।ଏବଂ  ଝିଅଟି ପିକା ନାମକ ଅଟିଜିମ୍ ରେ ପୀଡିତ ଥିବା ଜାଣିବାକୁ ପାଇଥିଲେ।

 

- Advertisement -

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories