ଫୁଲବାଣୀ: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଳକ ନେଡିପଦର ରେ ଥିବା ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ସରକାରୀ ବାକିକା ଉଚ୍ଚବିଦ୍ୟାଳୟକୁ ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ କରାଯାଇଛି। ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଜନ୍ନୟନ ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟକରୁଥିବା ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ ଦ୍ୱାରା ଏହି ନେଡିପଦର ବିଦ୍ୟାଳୟକୁ ଅନୁଷ୍ଠିତ ହୋଇଥିବା ରାଜ୍ୟସ୍ତରୀୟ ଆଦିବାସୀ ମେଳାର ଉଦଯାପନୀ ଉତ୍ସବରେ ରାଜ୍ୟ ଆଦିବାସୀ ଉନ୍ନୟନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କୁ ଏହି ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରିଛନ୍ତି।
Related Posts
୨୦୨୩ ରେ ହୋଇଥିବା ଦଶମ ପରୀକ୍ଷାରେ ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ରାଜ୍ୟର ୫0 ଟି ବିଦ୍ୟାଳୟ ର ୧୦୪ ଜଣ ଛାତ୍ର ଛାତ୍ରୀ ଭଲ ମାର୍କ ରଖି କୃତିତ୍ୱ ଅର୍ଜନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଏହି ନେଡିପଦର ବାଳିକା ବିଦ୍ୟାଳୟ ର ମଧ୍ୟ୍ୟ ୮ ଜଣ ଛାତ୍ରୀ ଭଲ ମାର୍କ ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଥିଲେ। ଯାହା ପାଇଁ ଏହି ବିଦ୍ୟାଳୟକୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି ଆନ୍ୟପଟେ ଏହି ପୁରସ୍କାର ପାଇବା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ ପ୍ରଧାନ ଶିକ୍ଷକ ଶ୍ରୀ ପାଢ଼ୀ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଭଲ ମାର୍କ ରଖିଥିବା ଛାତ୍ରୀ ରୀତିକା କହଁର, ଶ୍ରଦ୍ଧାଞଲି କହଁର,ସୁଷମା କହଁର କୀର୍ତି ମାଝୀ,ରୁନିତା କହଁର, ଝିଲିମତି କହଁର,ସଂଗୀତା କହଁର ଓ ରଞ୍ଜିତା କହଁର ଙ୍କୁ ଧନ୍ୟବାଦ ଜଣେଇଛନ୍ତି।
Comments are closed.