www.samajalive.in
Monday, December 15, 2025
24.1 C
Bhubaneswar

୧୧% ବୃଦ୍ଧି ପାଇଛି ରାଜ୍ୟ ବଜେଟ ବ୍ୟୟବରାଦ

ଡେସ୍କ: ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ଲେଖାନୁଦାନ ବଜେଟ୍ ବିଧାନସଭା ଅନୁମୋଦନ ପାଇଁ ଆଜି ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜି ନିବେଶ ଉପରେ ଗୁରୁତ୍ବ ଆରୋପ କରାଯାଇଛି। ଏହି ବଜେଟ୍ ବିଗତ ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୧୧% ଅଧିକ ଅଟେ।

ନବୀନ ସୂତ୍ର, ନିର୍ବାଚିତ ହେବା ଦିନ ଠାରୁ କଠିନ ପରିଶ୍ରମ – ଭିକେ ପାଣ୍ଡିଆନ

- Advertisement -

ଏହି ବଜେଟରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ୧, ୪୦, ୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ୧୯୯୯-୨୦୦୦ ଆର୍ଥିକ ବର୍ଷରେ କାର୍ଯ୍ୟକ୍ରମ ଖର୍ଚ୍ଚ ପାଇଁ ବଜେଟ ୩, ୪୯୦ କୋଟି ଟଙ୍କା ଥିଲା ଯାହା ୨୩ ବର୍ଷ ମଧ୍ୟରେ ୪୦ ଗୁଣ ବୃଦ୍ଧି ପାଇଛି।ଦେଶର ସମସ୍ତ ପ୍ରମୁଖ ରାଜ୍ୟ ମାନଙ୍କ ମଧ୍ୟରେ ରାଜ୍ୟର ମୋଟ ବଜେଟରେ ପୁଞ୍ଜି ବ୍ୟୟର ଅନୁପାତ ସର୍ବାଧିକ ୨୦୨୪-୨୫ରେ ପୁଞ୍ଜି ବ୍ୟୟ ଅଟକଳ ୬୩, ୧୬୨ କୋଟି ଟଙ୍କା, ଯାହାକି ସକଳ ରାଜ୍ୟ ଘରୋଇ ଉତ୍ପାଦର ପ୍ରାୟ ୬.୮ ପ୍ରତିଶତ। ୧୯୯୯-୨୦୦୦ ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ଅଟକଳ ୭୯୯ କୋଟି ଟଙ୍କା ଥିଲା ଯାହା ଏବେ ୭୯ ଗୁଣରୁ ଅଧିକ ବୃଦ୍ଧି ପାଇଛି।

କଠିନ ଗୁରୁ କିନ୍ତୁ ଭଲ କାମର ସମର୍ଥକ ହେଉଛନ୍ତି ନବୀନ – ୫ଟି ଅଧ୍ୟକ୍ଷ

ସେହିପରି ୨୦୨୪-୨୫ ବଜେଟ ଅଟକଳରେ ନିଜସ୍ବ ରାଜସ୍ବ ଓ ସକଳ ରାଜ୍ୟ ଘରୋଇ ଉତ୍ପାଦର ଅନୁପାତ ୧୨.୨୫ ପ୍ରତିଶତ ରହିଛି। ରାଜ୍ୟର ନିଜସ୍ବ ରାଜସ୍ବ ମୋଟ ରାଜସ୍ବର ପ୍ରାୟ ୫୬ ପ୍ରତିଶତ ଅଟେ। ଏହି ବଜେଟରେ ରାଜସ୍ବ ବଳକା ସକଳ ରାଜ୍ୟ ଘରୋଇ ଉତ୍ପାଦର ୪ ପ୍ରତିଶତ ହେବ ବୋଲି ଆକଳନ କରାଯାଇଛି। ବିତ୍ତୀୟ ନିଅଣ୍ଟକୁ ସକଳ ରାଜ୍ୟ ଘରୋଇ ଉତ୍ପାଦର ୩ ପ୍ରତିଶତ ନିର୍ଦ୍ଧାରିତ ସୀମା ମଧ୍ୟରେ ରଖାଯାଇଛି।

ନବୀନଙ୍କ କାର୍ଯ୍ୟ ହିଁ ଷଷ୍ଠ ପାଳିର ବିଜୟ ସୁନିଶ୍ଚିତ କରିବ – ୫ଟି ଅଧ୍ୟକ୍ଷ

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories