www.samajalive.in
Saturday, December 6, 2025
16.1 C
Bhubaneswar

ନବୀନ ସୂତ୍ର, ନିର୍ବାଚିତ ହେବା ଦିନ ଠାରୁ କଠିନ ପରିଶ୍ରମ – ଭିକେ ପାଣ୍ଡିଆନ

ଡେସ୍କ: ପୂର୍ବତନ ଆଇଏଏସ ଅଫିସରରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଏବେ ଉଭୟ ୨୦୨୪ ଲୋକସଭା ନିର୍ବାଚନ ଓ ଏକା ସାଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଆଉ ଏକ ବିଜୟ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରୁଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ସହ ଏକ ସାକ୍ଷାତକାରରେ ଓଡିଶାର ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଏହା କହିଛନ୍ତି।

୫-ଟି ପଦକ୍ଷେପ ସମେତ ରାଜ୍ୟର ଅନେକ ପ୍ରୟାସର ନେତୃତ୍ୱ ନେଇଥିବା ପାଣ୍ଡିଆନଙ୍କ ମତରେ ରାଜ୍ୟର ପରିବର୍ତ୍ତନ ପଛରେ ନବୀନ ପଟ୍ଟନାୟକ ବଳିଷ୍ଠ ଭୂମିକା ହିଁ ଏକମାତ୍ର କାରଣ।

- Advertisement -

ସେହି ସାକ୍ଷାତକାରରେ ଶ୍ରୀ ପାଣ୍ଡିଆନ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ କଳାହାଣ୍ଡିର ଚେହେରା ବାସ୍ତବରେ ବଦଳିଯାଇଥିଲା। ସେ ବ୍ୟାପକ ପରିମାଣରେ ଜଳସେଚନ ପାଇଁ ବ୍ୟବସ୍ଥା କରିଥିଲେ। ତେଣୁ ଏବେ କଳାହାଣ୍ଡିରେ ଖାଦ୍ୟ ବଳକା ରହିଛି। ସେ କହିଥିଲେ ଯେ ୨୦୦୩-୦୪ ମସିହାରେ ସେ ସେଠାରେ ଅବସ୍ଥାପିତ ଥିବା ବେଳେ ବହୁ ପରିମାଣର ଧାନ ବିକ୍ରି କରିବାକୁ ପଡିଥିଲା। କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସୁନିଶ୍ଚିତ କରିବା ଏକ ବଡ଼ ଆହ୍ୱାନ ଥିଲା ବୋଲି ଶ୍ରୀ ପାଣ୍ଡିଆନ କହିଛନ୍ତି।

ରାଜ୍ୟ ସରକାରଙ୍କ, ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ଧାରା ଉପରେ ଆଲୋକପାତ କରି ଶ୍ରୀ ପାଣ୍ଡିଆନ କହିଛନ୍ତି, ଆମେ ନିଜ ଖାଦ୍ୟ ସୁରକ୍ଷା ପାଇଁ ପଞ୍ଜାବ, ହରିୟାଣା, ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲୁ। ଅନ୍ୟ ରାଜ୍ୟରୁ ରେଳ ୱାଗନ ଆସିବାକୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଅପେକ୍ଷା କରୁଥିଲା। ତେଣୁ ଓ୍ଵାଗନ୍ ବିଳମ୍ବ ହେଲେ ଖାଦ୍ୟ ସୁରକ୍ଷା ଓ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବିଳମ୍ବ ହେଉଥିଲା। ତେଣୁ ମୁଖ୍ୟମନ୍ତ୍ରୀ ଜଳସେଚନରେ ବିପୁଳ ବିନିଯୋଗ କରିଥିଲେ। ୭/୮ ବର୍ଷରେ ଓଡ଼ିଶା ଖାଦ୍ୟଶସ୍ୟ ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇପାରିଛି। ଆଜି ୧୧ ବର୍ଷରେ ଓଡ଼ିଶା ଖାଦ୍ୟ ବଳକା ରାଜ୍ୟ ହୋଇଛି ଏବଂ ବର୍ତ୍ତମାନ ଆମେ ଦେଶର ଖାଦ୍ୟ ନିରାପତ୍ତାରେ ତୃତୀୟ ବୃହତ୍ତମ ଯୋଗଦାନ କରୁଛୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories