ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ଆରମ୍ଭ ହେଲା ମାପଚୁପ: ନିର୍ମାଣ ହେବ ପୋଲ , ଦୂର ହେବ ଲୋକଙ୍କ ସମସ୍ୟା
ହରଭଙ୍ଗା :ବୌଦ୍ଧର ନୂତନ ଜିଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜେ. ସୋନାଲ ହରଭଙ୍ଗା ବ୍ଲକର ଦୁର୍ଗମ ମହାଲିକପଡା ପଞ୍ଚାୟତର ହିଞ୍ଜଳ, କୁଟିବାରୀ, ସାତଖଣ୍ଡ ଭଳି ତିନୋଟି ଦୁର୍ଗମ ଗ୍ରାମ ପରିଦର୍ଶନ କରି ଲୋକଙ୍କ ଅସୁବିଧା ସୁବିଧା ସିଧସଳଖ ପଚାରିବୁଝିଥିଲେ।
ହିଞ୍ଜଳ ହରିଜନ ବସ୍ତି ଲୋକେ କାଠପୋଲ ଉପରେ ଅସୁରକ୍ଷିତ ଯିବାଆସିବା କରୁଥିବା ବେଳେ ପୋଲ ନିର୍ମାଣ ପାଇଁ ଜିଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ।ଜିଲାପାଳ ପୋଲ ଅବସ୍ଥା ଦେଖି ତୁରନ୍ତ ଜମିର ମାପଚୁପ କରି ପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ସାରିବାକୁ ନିର୍ଦେଶ ଦେଇଥିଲେ।
ଜିଲାପାଳଙ୍କ ନିର୍ଦେଶର ୨୪ ଘଣ୍ଟା ପରେ ଶୁକ୍ରବାର ହରଭଙ୍ଗା ରାଜସ୍ୱ ନିରୀକ୍ଷକ ମନୋହର ମଲ୍ଲିକ, କନିଷ୍ଠ ଯନ୍ତ୍ରୀ ବାବୁଲା ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଁଚି ଜମି ମାପଚୁପ କାର୍ଯ୍ୟ ସାରିଥିବା ଜଣାପଡ଼ିଛି।ଦିନେ ଦୁଇଦିନ ମଧ୍ୟରେ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଜିଲାପାଳଙ୍କ ପ୍ରତିଶୃତି ଅନୁସାରେ ତ୍ୱରିତ ତାଙ୍କ ନିର୍ଦେଶ କର୍ଯ୍ୟକାରୀ ଦେଖି ସ୍ଥାନୀୟ ଲୋକେ ସାଧୁବାଦ ଜିଲ୍ଲାପାଳଙ୍କୁ ସାଧୁବାଦ ଜଣାଇଛନ୍ତି ।
Comments are closed.