www.samajalive.in
Sunday, December 7, 2025
23.1 C
Bhubaneswar

ନିଶ୍ଚିନ୍ତକୋଇଲି ବ୍ଲକ ରେ ସମାଜ ପାଠକ ମଞ୍ଚ ଗଠିତ

ନିଶ୍ଚିନ୍ତକୋଇଲି: କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ସମାଜ କାର୍ଯ୍ୟାଳୟ ନିର୍ଦେଶ କ୍ରମେ ସାମ୍ବାଦିକ ସୁରେନ୍ଦ୍ର ନାଥ ରାଉତ ଙ୍କ ଆବାହକତ୍ୱରେ ସମାଜ ପାଠକ ମଞ୍ଚ ଗଠନ ହୋଇଛି । ନିଶ୍ଚିନ୍ତକୋଇଲୋ ପଞ୍ଚାୟତ କଲ୍ୟାଣୀ ମଣ୍ଡପରେ ଆୟୋଜିତ ଏକ ସାଧାରଣ ବୈଠକ ରେ ୨୦ ରୁ ଅଧିକ ବରିଷ୍ଠ ସମାଜ ପାଠକ ଯୋଗ ଦେଇ ଉତ୍କଳମଣି ଗୋପବନ୍ଧୁ ଙ୍କ ମାନସ ପୁତ୍ର ସମାଜ ଖବରକାଗଜ ୧୦୫ ବର୍ଷ ରେ ପଦାର୍ପଣ କରିଥିବାରୁ ଲୋକ ସେବକ ମଣ୍ଡଳ ଓ ସମସ୍ତ କର୍ମଚାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି। ସମାଜ ଖବର କାଗଜ ସ୍ୱାଧୀନତା ସଂଗ୍ରାମ ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲାବେଳେ ସାମାଜିକ ଅଭିବୃଦ୍ଧି ଓ ଶାସନ କ୍ଷେତ୍ରରେ ଜାଗ୍ରତ ପ୍ରହରୀ ପରି କାର୍ଯ୍ୟ କରିଆସୁଛି ।

ସମାଜରେ ସବୁବେଳେ ସତ୍ୟ, ତଥ୍ୟ ଭିତ୍ତିକ ଓ ନିରପେକ୍ଷ ସମ୍ବାଦ ପରିବେଷଣ କୁ ପାଠକ ମାନଙ୍କର ବେଶ ଆଦୃତ ହେଉଥିବା ବେଳେ ଆଗାମୀ ପିଢ଼ି ଏହାକୁ ଗ୍ରହଣ କରି ସେଥିପାଇଁ ଉଦ୍ୟମ ଜାରି ରଖିବାକୁ ପାଠକ ମାନେ ଆଲୋଚନା କରିଥିଲେ । ବୈଠକ ରେ ସର୍ବସମ୍ମତି କ୍ରମେ ସମାଜ ପାଠକ ତଥା ଶିଶୁ ସାହିତ୍ୟିକ କବି ମହେନ୍ଦ୍ର କୁମାର ଘଡ଼େଇଙ୍କୁ ସଭାପତି ଭାବେ ମନୋନିତ କରାଯାଇଥିଲା। ଶେଷରେ ଯୁବ କବି କ୍ଷୀରୋଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories