ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ପାଇଁ କର୍ମଶାଳା
କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟର ସଭାଗୃହ ଠାରେ ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ଲୋକକଳାର ପ୍ରୟୋଗ ପାଇଁ ବ୍ଲକ ସ୍ତରୀୟ ଲୋକକଳା କଳାକାରଙ୍କ ପ୍ରଥମ ପର୍ଯ୍ୟାୟ କର୍ମଶାଳା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବ୍ଲକ୍ କଳା ସଂସ୍କୃତି ସଂଘ ସଭାପତି ରାଜୀବ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ସୂଚନା, ଶିକ୍ଷା ଓ ଯୋଗାଯୋଗ ଉପକ୍ରମରେ ସରକାରଙ୍କ ୧୫ ଗୋଟି ଜନ ହିତକର ଯୋଜନା ଯେମିତିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା,ମଧୁବାବୁ ପେନସନ ଯୋଜନା, ମମତା ଯୋଜନା, ମିଶନ ଶକ୍ତି , ଓଡିଶା ଆଦର୍ଶ ବିଦ୍ୟାଳୟ ଯୋଜନା ,ଫସଲ ବୀମା ଯୋଜନା, ଫସଲ ଋଣ ସୁଧ ରିହାତି, ଆମ ହସ୍ପିଟାଲ, କ୍ରୀଡା, ଆମ ଓଡିଶା ନବୀନ ଓଡିଶା , ୫-ଟି ହାଇସ୍କୁଲ୍ ରୂପାନ୍ତରିତ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ, ଆମ ବ୍ୟାଙ୍କ, ଆମ ଐତିହ୍ୟ , ଲକ୍ଷ୍ମୀ ବସ୍ ପରି ଯୋଜନାକୁ ନେଇ ଲୋକକଳା କଳାକାରଙ୍କ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଧେଶ୍ୟ ରହିଥିବା ଜଣା ପଡ଼ିଛି। ଏହି କର୍ମଶାଳାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ, ଗୋଷ୍ଟି କୃଷି ଅଧିକାରୀ ସୁଜିତ୍ କୁମାର ପାଢ଼ୀ, ସ୍ବାସ୍ଥ୍ୟ ବିଭାଗର ବି ପି ଏମ କୈଳାସ କୁମାର ନାୟକ, ସମାଜସେବୀ ସୁନ୍ଦର ରାଓ ବାଘ୍, ଜିଲ୍ଲା ସଂସାଧନ କର୍ମୀ ତଥା ବରିଷ୍ଠ କଳାକାର ଗଗନ ବିହାରୀ ସ୍ୱାଇଁ,କଲ୍ୟାଣସିଂହପୁର ବ୍ଲକ୍ ତଥା ରାୟଗଡ଼ା ଜିଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ୍ ସିଂହ ସାମନ୍ତ ମଞ୍ଚାସିନ ରହିଥିବା ବେଳେ ଶିଶୁ ବିକାଶ ସମନ୍ନୀତ ପ୍ରକଳ୍ପ ବିଭାଗର ସୁପର ଭାଇଜର ବି. ଜୟା ଲକ୍ଷ୍ମୀ, ବି ପି ସି ମିଶନ ଶକ୍ତି ପ୍ରିୟଙ୍କା ପ୍ରିୟଦର୍ଶିନୀ ମୂଲିଆ , ବି ପି ଏମ ( ଓ ଏଲ୍ ଏମ ) ମିର୍ ଅବଦୁଲ୍ ଫିଦା କରିମ୍, ବ୍ଲକ୍ ମଙ୍ଗଳ ବିଭାଗର ସହାୟକ ଧାର୍ମା କାଡ୍ରାକା ଉପସ୍ଥିତ ରହି ନିଜ ନିଜ ବିଭାଗ ସମ୍ପର୍କିତ ଯୋଜନା ବିଷୟରେ ଜଣେଇ ଥିଲେ । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତ ରୁ ଲୋକକଳା ଦଳ ମୂଖ୍ୟ ଓ ସ୍ଥାନୀୟ ଜନ ସାଧାରଣ ଉପସ୍ଥିତ ରହିଥିବା ବେଳେ ବ୍ଲକ୍ ସାମାଜିକ ସୁରକ୍ଷା ବିଭାଗର ଜୁନିଅର୍ ଆସିସଷ୍ଟେଣ୍ଟ ଦୟାନିଧି ଭତ୍ରା ପରିଚାଳନା କରିଥିଲେ।
Comments are closed.