ମ୍ୟାଁମାର ସୀମାରେ ଲାଗିବ ତାରବାଡ଼ : ଶାହା

ଗୁଆହାଟୀ: ମ୍ୟାଁମାର ସହ ଲାଗିଥିବା ସୀମାରେ ଭାରତ ତରଫରୁ ଖୁବ୍‌ଶୀଘ୍ର ତାରବାଡ଼ ଲଗାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଭାରତ ତରଫରୁ ବାଂଲାଦେଶ ସହ ଲାଗିଥିବା ସୀମାରେ ତାରବାଡ଼ ଲଗାଯାଇଥିବା ବେଳେ ମ୍ୟାଁମାର ସୀମାରେ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଶାହା ଗୁଆହାଟୀରେ ଆୟୋଜିତ ଆସାମ ରାଇଫଲର ଏକ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।

prayash

ତାରବାଡ଼ ଲଗାଯିବା ଫଳରେ ଭାରତ ଓ ମ୍ୟାଁମାର ମଧ୍ୟରେ ଥିବା ମୁକ୍ତ ଯାତାୟାତ ବ୍ୟବସ୍ଥାର ଅନ୍ତ ଘଟିବ। ଏହି ବ୍ୟବସ୍ଥା ଅନୁଯାୟୀ ଉଭୟ ଦେଶର ଜନସାଧାରଣ ବିନା ଭିସାରେ ପ୍ରତିପକ୍ଷ ଦେଶର ୧୬ କିମି ପର୍ଯ୍ୟନ୍ତରେ ଅବାଧରେ ଯାତାୟାତ କରି ପାରୁଥିଲେ।

ସୂଚନାଥାଉ କି ଭାରତ ଓ ମ୍ୟାଁମାର ମଧ୍ୟରେ ୧୬୪୩ କିମିର ସୀମା ରହିଛି। ମ୍ୟଁାମାର ସୀମା ଭାରତର ମିଜୋରାମ, ମଣିପୁର, ନାଗାଲାଣ୍ଡ ଓ ଅରୁଣାଚଳ ପ୍ରଦେଶ ସହ ଲାଗିଛି। ମୁକ୍ତ ଯାତାୟାତ ବ୍ୟବସ୍ଥାର ସୁଯୋଗ ନେଇ ମ୍ୟାଁମାରରୁ ବହସଂଖ୍ୟକ ବ୍ୟକ୍ତି ଭାରତରେ ଅନୁପ୍ରବେଶ କରି ରହି ଯାଉଥିବାରୁ ଏହାକୁ ରୋକିବାକୁ ଭାରତ ସରକାର ସୀମାରେ ତାରବାଡ଼ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି।

Comments are closed.