ଅର୍ପଣ ରଥ ବନ୍ଦାପନା ବେଳେ ପୋଡି ହୋଇ ଗୁରୁତର ବୃଦ୍ଧାଙ୍କ ମୃତ୍ୟୁ

ଆଠଗଡ: ଅର୍ପଣ ରଥ ବନ୍ଦାପନା ବେଳେ ପୋଡି ହୋଇ ଗୁରୁତର ହୋଇ ପଡିଥିବା ବୃଦ୍ଧା ଶୁକ୍ରବାର ମଧ୍ୟ ରାତ୍ରିରେ ମୃତ୍ୟୁବରଣ କରିଥିବା ଜଣାପଡିଛି। ପ୍ରକାଶଯୋଗ୍ୟ ଗତ ୯ ତାରିଖରେ ଆଠଗଡରେ ୯ଟି ଅର୍ପଣ ରଥର ଶୁଭାରମ୍ଭ କରିଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଅର୍ପଣ ରଥ ଏନଏସି ଓ ବ୍ଲକ ପରିକ୍ରମା କରି ଗୁଆ ଓ ଅକ୍ଷତ ସଂଗ୍ରହ କରିଥିଲେ। ଗତ ୯ ତାରିଖରେ ରଥ ବଡଭୁଇଁ ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁରପାଟଣା ଠାରେ ପହଞ୍ଚିଥିବା ବେଳେ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ ମହିଳାମାନେ ବନ୍ଦାପନା କରିଥିଲେ। ଏହି ସମୟରେ ଗୋକୁଳାନନ୍ଦ ସାହୁଙ୍କ ପତ୍ନୀ ନିଶାମଣି ସାହୁ (୭୬) ବନ୍ଦାପନା କରୁଥିବା ବେଳେ ଶାଢ଼ୀରେ ନିଆ ଲାଗି ପ୍ରାୟ ୬୦ ଭାଗ ଅଂଶ ପୋଡି ହୋଇ ଯାଇଥିଲେ। ତୁରନ୍ତ ତାଙ୍କୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟ ଓ ଅବସ୍ଥା ଗୁରୁତର ହେବାରୁ ଭୂବନେଶ୍ୱର ଠାରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। ମାତ୍ର ଚିକିତ୍ସାଧିନ ଅବସ୍ଥାରେ ଶୁକ୍ରବାର ମଧ୍ୟ ରାତିରେ ତାଙ୍କର ପରଲୋକ ଘଟିଛି। ଶନିବାର ତାଙ୍କର ଶବ ବ୍ୟବଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ ବିଡ଼ିଓ ପ୍ରଦୀପ କୁମାର ସାହୁ ପ୍ରମୁଖ ଖବର ପାଇ ତାଙ୍କ ଘରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ଅଯୋଧ୍ୟାରେ ଶୋଭାପାଇବ ପାଇବ ରାମଙ୍କ ସ୍ବର୍ଣ୍ଣଖଚିତ ଧନୁତୀର

Comments are closed.