ଶିଶୁକନ୍ୟାକୁ ବଞ୍ଚାଇବାକୁ ଯାଇ ନିଆଁରେ ଜଳି ମା’ ଗୁରୁତର

କାମାକ୍ଷାନଗର: ଭୁବନ ଥାନା କୃଷ୍ଣପୁର ଗାଁରେ ଅଭାବନୀୟ ଘଟଣା। ଦେଢ଼ ମାସର ଛୁଆକୁ ବଞ୍ଚାଇବାକୁ ଯାଇ ଜଳିଗଲେ ମାଆ। ଗୁରୁତର ମହିଳା ଜଣଙ୍କ ଭୁବନ ଥାନା ଯମୁନାକୋଟ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁର ଗାଁର ସୁନି ପାତ୍ର। ସୂଚନା ଅନୁସାରେ ସୁନି ଘରେ ଛୁଆ ପାଇଁ ଗରମ ପାଣି କରୁଥିବା ବେଳେ ନିଜର ଦେଢ଼ ମାସର ଛୁଆକୁ ଚୁଲି ପାଖରେ ଶୁଆଇଥିଲେ। ଛୁଆଟି ଚୁଲି ଆଡ଼କୁ ଗଡି ଆସୁଥିବା ଦେଖି ସୁନି ଛୁଆକୁ ବଞ୍ଚାଇବାକୁ ଉଦ୍ୟମ କରୁଥିବା ବେଳେ ଚୁଲିନିଆଁ ତାଙ୍କ ପିନ୍ଧା ଲୁଗାରେ ଲାଗି ଯାଇଥିଲା। ଫଳରେ ଛୁଆକୁ ବଞ୍ଚେଇବାକୁ ଯାଇ ନିଜେ ନିଆଁରେ ଜଳି ଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

୨୦୧୬ରେ ନିଖୋଜ ବାୟୁସେନା ବିମାନର ଧ୍ବଂସାବଶେଷ ଠାବ

Comments are closed.