www.samajalive.in
Saturday, December 6, 2025
26.1 C
Bhubaneswar

୨୦୧୬ରେ ନିଖୋଜ ବାୟୁସେନା ବିମାନର ଧ୍ବଂସାବଶେଷ ଠାବ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବିମାନ ଏଏନ୍‌-୩୨ର ଧ୍ବଂସାବଶେଷକୁ ଠାବ କରାଯାଇଛି। ୨୦୧୬ରେ ବାୟୁସେନାର ଏହି ବିମାନଟି ନିଖୋଜ ହୋଇଯାଇଥିଲା। ଏବେ ଏହାର ଧ୍ବଂସାବଶେଷକୁ ଚେନ୍ନଇ ଉପକୂଳଠାରୁ ୩୧୦ କିମି ଦୂରରୁ ଉଦ୍ଧାର କରାଯାଇଛି। ନିଖୋଜ ସମୟରେ ବାୟୁସେନାର ଏହି ପରିବହନକାରୀ ବିମାନରେ ୨୯ଜଣ ଯାତ୍ରୀ ଥିଲେ। ଶୁକ୍ରବାର ସରକାରଙ୍କ ପକ୍ଷରୁ ବିମାନ ଭଗ୍ନାବଶେଷର ଫଟୋ ଜାରି କରାଯାଇଛି। ୨୦୧୬ ଜୁଲାଇ ୨୨ରେ ବାୟୁସେନାର ଏଏନ୍‌ ୩୨ ବିମାନ ଚେନ୍ନଇର ତାମ୍ବାରାମ ବାୟୁସେନା ଘାଟିରୁ ଉଡାଣ ଆରମ୍ଭ କରିଥିଲା। ବିମାନଟି ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାରରେ ଅବତରଣ କରିବାର ଥିଲା। ମାତ୍ର ଉଡାଣର ଦୁଇ ମିନିଟ୍‌ ପରେ ଏହା ନିଖୋଜ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ ବିମାନର ଧ୍ବଂସାବଶେଷକୁ ଠାବ କରିବା ଲାଗି ବାୟୁସେନା ପକ୍ଷରୁ ବ୍ୟାପକ ତଲାସ କରାଯାଇଥିଲା। ମାତ୍ର ବିମାନର କୌଣସି ସନ୍ଧାନ ମିଳିପାରି ନଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories