www.samajalive.in
Monday, December 15, 2025
24.1 C
Bhubaneswar

ପପୁଆ ନ୍ୟୁ ଗିନିରେ ଜରୁରୀକାଳୀନ ପରିସ୍ଥିତି

ଡେସ୍କ: ପପୁଆ ନ୍ୟୁ ଗିନିରେ ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେଠାରେ ଦଙ୍ଗା ଯୋଗୁଁ ୧୬ ଜଣ ଲୋକ ପ୍ରାଣ ହରାଇବାରୁ ଅନେକ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପୁଲିସ୍ ଓ ସାଧାରଣ ଲୋକେ ଗତକାଲି ସକାଳୁ ଧର୍ମଘଟ ଆରମ୍ଭ କରିଛନ୍ତି। ସେମାନଙ୍କର ବେତନରେ ହ୍ରାସ ଘଟିବା ପରେ ସେମାନେ ଏଭଳି ଧର୍ମଘଟ ଆରମ୍ଭ କରିଛନ୍ତି। ଏଥିପାଇଁ ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି। ହଜାର ହଜାର ଲୋକ ରାଜଧାନୀ ପୋର୍ଟ୍ ମୋରେସ୍‌ବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ନେଇ ସେଠାରେ ଆଇନ୍ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇପଡ଼ିଛି। ଦଙ୍ଗା ଯୋଗୁଁ ପୋର୍ଟ୍ ମୋରେସ୍‌ବିରେ ୯ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଲାଏରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି ।

ତେବେ ସେଠାରେ ସଂଗଠିତ ଦଙ୍ଗା ହୋଇଥିବାର ପ୍ରମାଣ ମିଳିଛି। ଅଧିକ ଦଙ୍ଗାକୁ ରୋକିବା ପାଇଁ ୧ହଜାରରୁ ଅଧିକ ସୈନ୍ୟଙ୍କୁ ପ୍ରସ୍ତୁତ ରଖାଯାଇଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories