www.samajalive.in
Monday, December 15, 2025
16.1 C
Bhubaneswar

ଲୋକାର୍ପିତ ହେବ ଅଟଳ ସେତୁ, ଲମ୍ବ ୨୧.୮ କିଲୋମିଟର

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ମହାରାଷ୍ଟ୍ରରେ ସାଢ଼େ ୩୦ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିବେ। ଶ୍ରୀ ମୋଦୀ ଅଟଳ ବିହାରୀ ବାଜପେୟ ପେୟୀ ଶେଓ୍ବାରୀ – ନାଭା ସେବା ଅଟଳ ସେତୁ ଲୋକାର୍ପଣ କରିବେ। ୧୭ହଜାର ୮୪୦ କୋଟି ଟଙ୍କା ବ୍ୟୟରେ ଅଟଳ ସେତୁ ନିର୍ମାଣ କରାଯାଇଛି। ଏହି ୨୧.୮ କିଲୋମିଟର ଦୀର୍ଘ ଓ ୬ ଲେନ୍ ବିଶିଷ୍ଟ ସେତୁ ସମୁଦ୍ର ଉପରେ ୧୬.୫ କିଲୋମିଟର ରହିଥିବା ବେଳେ ସ୍ଥଳପଥରେ ୫.୫ କିଲୋମିଟର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୬ ଡିସେମ୍ବର ମାସରେ ଏହି ସେତୁର ଶିଳାନ୍ୟାସ କରିଥିଲେ। ଇଷ୍ଟର୍ଣ୍ଣ ଫ୍ରିୱେଜ୍ ଅରେଞ୍ଜ ଗେଟ୍‌ରୁ ମେରାଇନ୍ ଡ୍ରାଇଭ୍ ପର୍ଯ୍ୟନ୍ତ ମାଟିତଳେ ସୁଡଙ୍ଗ ରାସ୍ତାର ମଧ୍ୟ ସେ ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ୯.୨ କିଲୋମିଟର ଦୀର୍ଘତା ବିଶିଷ୍ଟ ଏହି ସୁଡଙ୍ଗ ୮ହଜାର ୭୦୦କୋ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯିବ। ଏହା ମୁମ୍ବାଇରେ ଏକ ଗୁରୁତ୍ବପୂର୍ଣ୍ଣ ଗୁରୁତ୍ଵପୂର୍ଣ୍ଣ ମୌଳିକ ଢ଼ାଞ୍ଚା ଉନ୍ନୟନ ପ୍ରକଳ୍ପ ହେବ, ଯାହାଦ୍ବାରା ଅରେଞ୍ଜ ଗେଟ୍ ଓ ମେରାଇନ୍ ଡ୍ରାଇଭ୍ ମଧ୍ୟରେ ଯାତ୍ରା ସମୟ ବହୁମାତ୍ରାରେ ହ୍ରାସ ପାଇବ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories