ଡେସ୍କ: ପପୁଆ ନ୍ୟୁ ଗିନିରେ ଆଜି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ସେଠାରେ ଦଙ୍ଗା ଯୋଗୁଁ ୧୬ ଜଣ ଲୋକ ପ୍ରାଣ ହରାଇବାରୁ ଅନେକ ପୁଲିସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ପୁଲିସ୍ ଓ ସାଧାରଣ ଲୋକେ ଗତକାଲି ସକାଳୁ ଧର୍ମଘଟ ଆରମ୍ଭ କରିଛନ୍ତି। ସେମାନଙ୍କର ବେତନରେ ହ୍ରାସ ଘଟିବା ପରେ ସେମାନେ ଏଭଳି ଧର୍ମଘଟ ଆରମ୍ଭ କରିଛନ୍ତି। ଏଥିପାଇଁ ସେମାନେ ପ୍ରଶାସନକୁ ଦାୟୀ କରିଛନ୍ତି। ହଜାର ହଜାର ଲୋକ ରାଜଧାନୀ ପୋର୍ଟ୍ ମୋରେସ୍ବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ନେଇ ସେଠାରେ ଆଇନ୍ ଶୃଙ୍ଖଳା ବିପର୍ୟ୍ୟସ୍ତ ହୋଇପଡ଼ିଛି। ଦଙ୍ଗା ଯୋଗୁଁ ପୋର୍ଟ୍ ମୋରେସ୍ବିରେ ୯ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଲାଏରେ ୭ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ତେବେ ସେଠାରେ ସଂଗଠିତ ଦଙ୍ଗା ହୋଇଥିବାର ପ୍ରମାଣ ମିଳିଛି। ଅଧିକ ଦଙ୍ଗାକୁ ରୋକିବା ପାଇଁ ୧ହଜାରରୁ ଅଧିକ ସୈନ୍ୟଙ୍କୁ ପ୍ରସ୍ତୁତ ରଖାଯାଇଛି।



