ବନ୍ଧୁକ ଦେଖାଇ ପାଞ୍ଚ ଲକ୍ଷ ଟଙ୍କା ଲୁଟ
ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଅନ୍ତର୍ଗତ ରେଙ୍ଗାଲିକ୍ୟାମ୍ପ ୫୩ ନଂ ଜାତୀୟ ରାଜପଥ କଡ଼ରେ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଲାଗି ରହିଥିବା ବ୍ୟାଙ୍କ୍ ଗ୍ରାହକ ସେବା କେନ୍ଦ୍ର ଅଧିକାରୀଙ୍କ ଠାରୁ ଆଜି ସନ୍ଧ୍ୟା ପ୍ରାୟ ୮ ଟାରେ ଦୁର୍ବୃତ୍ତମାନେ ପାଞ୍ଚ ଲକ୍ଷ୍ୟ ଟଙ୍କା ଲୁଟି ନେଇଥିବା ଅଞ୍ଚଳରେ ଚାନ୍ଚଲ୍ୟ ସୃଷ୍ଟି କରିଛି । ବିଶ୍ଵସ୍ଥ ସୂତ୍ରରୁ ଜଣା ପଡ଼ିଛି ଏହି ଗ୍ରହ ସେବା କେନ୍ଦ୍ରର ଅଧିକାରୀ ରିଙ୍କୁ ପ୍ରଧାନ ବରଗଡ଼ ଜିଲା ଆମ୍ବସଢ଼ା ଗ୍ରାମର ଅଟନ୍ତି ।ସେ ସେବା କେନ୍ଦ୍ର ବନ୍ଦ କରି ଘରକୁ ଫେରୁଥିବା ସମୟରେ ତାଜ ଟିକ୍ରା ଓ ଦେବହାଲ ରାସ୍ତାରେ ଚାରିଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇ ବନ୍ଧୁକ ଦେଖାଇ ଟଙ୍କା ଛଡାଇ ନେଇଥିଲେ ।
ରିଙ୍କୁ ଚୋର ଚୋର କହି ପତି କରିବାରୁ କିଛି ସ୍ଥାନୀୟ ଲୋକେ ଏମାନଙ୍କୁ ଧରିବା ପାଇଁ ଦୌଡ଼ି ଆସିଥିଲେ । କିନ୍ତୁ ସେମାନଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଜୀବନେ ମାରିଦେବା ପାଇଁ ଧମକ ଦେଇଥିଲେ । ଫଳରେ ଭୟରେ କେହି ସାହସ କରି ନଥିଲେ ଏବଂ ଦୁର୍ବୃତ୍ତ ମାନେ ଚମ୍ପଟ ମାରି ଥିଲେ। ଦିନକୁ ଦିନ ଏହି ଅଞ୍ଚଳରେ ଏଭଳି ଚୋରି ଡକାୟତି ମାନ ବଢ଼ି ଚାଲିଛି। ଲୋକେ ସନ୍ଧ୍ୟା ହେଲେ ଲୋକେ ଏହି ରାସ୍ତା ଦେଇ ଯିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଖବର ପାଇଁ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଏହାର ତଦନ୍ତ ଜାରି ରଖିବା ସହ ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ ଆହୁରି କଡା କଡ଼ି କରାଯାଇଥିବା ଜଣାପଡ଼ିଛି।
Comments are closed.