ସାରଦା ମା’ଙ୍କ ୧୭୧ ତମ ଜନ୍ମ ଜୟନ୍ତୀ ପାଳିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଅନ୍ତର୍ଗତ ଲାଦର ପାଲି ସ୍ଥିତ  ଶ୍ରୀ ବିବେକାନନ୍ଦ କୁଟୀରରେ  ଅତାବିରା ବିବେକାନନ୍ଦ ଯୁବ ମହାମଣ୍ଡଳର ଆନୁକୁଲ୍ୟରେ ଅତାବିରା  ନାରୀ ସଂଗଠନର  ସଂଯୋଜିକା ଅନସୂୟା ଦେବତାଙ୍କ ସଂଯୋଜନା କ୍ରମେ  ସାରଦା  ମା’ ଙ୍କ ୧୭୧  ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି।  ଶୈଶବରୁ ମା’ ସାରଦା ଦେବୀ ଅତ୍ୟନ୍ତ ସ୍ବାଭାବିକ, ସହଜ ଓ ସ୍ବତଃସ୍ଫୁର୍ତ୍ତ ଥିଲେ। ତାଙ୍କ ବ୍ୟବହାରରେ ବିଶ୍ବମାତୃତ୍ବ, ବାତ୍ସଲ୍ୟ ସେବା ପରିସ୍ଫୁଟିତ ହେଉଥିଲା।  ବିଶିଷ୍ଟ ହିନ୍ଦୁ ଧର୍ମଗୁରୁ ରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ ଓ ସାଧନ ସଙ୍ଗିନୀ ଥିଲେ ମା’ ସାରଦା ଦେବୀ।  ରାମକୃଷ୍ଣ ଆନ୍ଦୋଳନର ବିକାଶ ଓ ପ୍ରସାରରେ ତାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା ।
prayash
ଅତାବିରା ବିବେକାନନ୍ଦ ଯୁବ ମହାମଣ୍ଡଳ ସଂଗଠକ ଦୁଖିଶ୍ୟାମ ସାହୁଙ୍କ ଆହ୍ଵାନ କ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦୀପ ପ୍ରଜ୍ବଳନ ପୂର୍ବକ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ମା’ଙ୍କ ଫଟୋଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇ ଥିଲା । ସାରଦା ଦେବୀ ମହାମନନ୍ତ୍ର ,ସ୍ବଦେଶ ମନ୍ତ୍ର ଓ ଏକତା ମନ୍ତ୍ର ସାମୁହିକ ଭାବରେ  ଉଚ୍ଚାରଣ  କରାଯାଇ ମା’ଙ୍କ ଜୀବନୀ ପାଠ କରାଯାଇଥିଲା। ଏହା ପରେ  ମା’ଙ୍କର ଭଜନ ସଙ୍ଗୀତ ପରିବେଷିତ ହୋଇଥିଲା। ନାରୀ ସଂଗଠନ ର ବରିଷ୍ଠ ଉପଦେଷ୍ଟା ମିଥିଳା ପ୍ରଧାନ, ମନୋରମା ସାହୁ, ବିଜୟା ପ୍ରଧାନ , ବିବେକାନନ୍ଦ ଯୁବ ମହାମଣ୍ଡଳର ସଭାପତି ବାଳମୁକୁନ୍ଦ ସାହୁ,ସମ୍ପାଦକ ନାରାୟଣ ମହାରଣା, ଉପ ସଭାପତି ଶ୍ରୀକାନ୍ତ ପଣ୍ଡା, ଉପଦେଷ୍ଟା ରାଧେଶ୍ୟାମ ପ୍ରଧାନ, ବରିଷ୍ଠ ସଭ୍ୟ ସୁଶାନ୍ତ ପ୍ରଧାନ, ସୁଶିଲ କୁମାର ବାଗଙ୍କ ସକ୍ରିୟ ସହଯୋଗ ରହିଥିଲା। ଏହା ବ୍ୟତୀତ ଶତାଧିକ ମହିଳା ଓ ପୁରୁଷ ଭାଇ ଭଉଣୀମାନେ ଉପସ୍ଥିତ ରହିଥିଲେ।

Comments are closed.