ଦୁର୍ଗମ ଅଞ୍ଚଳର ଦିଦାଇ ଜନଜାତିଙ୍କୁ ସମାଜ ରିଲିଫ କମିଟି ପକ୍ଷରୁ କମ୍ବଳ ବଣ୍ଟନ
ମାଲକାନଗିରି: ମାଲକାନଗିରି ଜିଲାଳର ଦୁର୍ଗମ ତଥା ପାହାଡ ଓ ଅପହଞ୍ଚ ଇଲାକରେ ବାସ କରୁଥିବା କୋରୁକୋଣ୍ଡା ବିଏଲକେ ନାକମାମୁଡି ପଞ୍ଚାୟତର ବାୟପଡା ଓରିଙ୍ଗିରେ ଆଜି ସମାଜ ରିଲିଫ କମିଟି ଅଲୋକ ସେବକ ମଣ୍ଡଲ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ଅସହ୍ୟ ଶିତ ଓ ଜାଡରେ ଠାରୁଥିବା ଏହି ଅଞ୍ଚଳରେ ସମାଜ ପହଞ୍ଚି ଲୋକଙ୍କୁ ସହାୟତା ଯୋଗାଇଛି । ଏହି ଅଞ୍ଚଳରେ ଥିବା ଅନେକ ବୃଦ୍ଧ ଓ ଶାରୀରିକ ଅକ୍ଷମ ଥିବା ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମାଜ ରିଲିଫ କମିଟିର ସମ୍ପାଦକ ରାଜେନ୍ଦ୍ର କୁମାର ଜେନାଙ୍କ ପ୍ରତେକ୍ଷ ତତ୍ବାବଧାନରେ ଏହି କମ୍ବଳ ବଣ୍ଟନ କରାଯାଇଥିଲା।
ଜିଲା ସମାଜ ପ୍ରତିନିଧି ଗୋପୀ କୃଷ୍ଣ ପଟ୍ଟନାୟକ, କୁଡୁମୂଳୁଗୁମ୍ମା ପ୍ରତିନିଧି ଗଣେଶ ପ୍ରସାଦ ଦାସଙ୍କ ସମେତ ଏହି ଅଞ୍ଚଳର ଅନେକ ସମାଜ ସେବି ଯୋଗ ଦେଇ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ଅସହାୟ ଆଦିବାସୀଙ୍କୁ ଏଭଳି ସହାୟତା ଯୋଗୁଁ ରିଲିଫ କମିଟିର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଆଦିବାସୀ ଲୋକେ ଓ ବୁଦ୍ଧିଜୀବୀ ବେଶ ପ୍ରଶଂସା କରିଛନ୍ତି । ପ୍ରତି ବର୍ଷ ସମାଜ ପକ୍ଷରୁ ଶୀତରେ ଥରୁଥିବା ଏହିପରି ଅସହାୟ ଲୋକଙ୍କୁ କମ୍ବଳ ବଣ୍ଟନ କରାଯାଉଥିବା ବେଳେସ୍ଵାସ୍ଥ୍ୟ ଶିବିର ଏବଂ କାରୋନା ସମୟରେ ବିଭିନ୍ନ ସାମଗ୍ରୀ ମଧ୍ୟ ପ୍ରଦାନ କରଯାଇଥିଲା । ତେବେ ସମାଜ ପକ୍ଷରୁ ଏହିପରି କାର୍ଯ୍ୟ ଆଗକୁ ମଧ୍ୟ ଜାରି ରହିବା ବୋଲି ଏହି କମିଟି ପକ୍ଷରୁ କୁହାଯାଇଛି ।
Comments are closed.