ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲା: ଦୋଷୀକୁ ୧୪ ବର୍ଷ ଜେଲ
ଭବାନୀପାଟଣା : ଜଣେ ନାବାଳିକା କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ସ୍ଥାନୀୟ ପୋକ୍ସ କୋର୍ଟ ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି। ଭବାନୀପାଟଣା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଶୁଭଞ୍ଜନ ମହାନ୍ତି , ୧୮ ଜଣ ସାକ୍ଷୀ ଏବଂ ୧୯ ଟି ପ୍ରମାଣ ଆଧାରରେ ଅଭିଯୁକ୍ତ ଧର୍ମେନ୍ଦ୍ର ହରପଲ୍ (୨୮) କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ଦୋଷୀକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୮୦ ହଜାର ଜୋରିମାନା ଆଦେଶ ମଧ୍ୟ ଦେଇଛନ୍ତି।ଏହି ମାମଲା କୁ ସରକାରୀ ଓକିଲ ରୋହିତ କୁମାର ମିଶ୍ର ପରିଚାଳନା କରୁଥିଲେ। ଅଭିଯୁକ୍ତ ପକ୍ଷରୁ ଡିଏଲଏସଏ ଡେପୁଟି ଚିଫ ଯଶୋବନ୍ତ ନାଏକ ପରିଚାଳନା କରୁଥିଲେ। ସୂଚନା ଅନୁଯାୟୀ ୨୦୧୫ ମାର୍ଚ୍ଚ ୧୯ ରେ ଧର୍ମଗଡ ଥାନାରେ ପୀଡିତା ନାବାଳିକାର ମାଁ ଙ୍କ ଅଭିଯୋଗକ୍ରମେ ଏକ ନିଖୋଜ ମାମଲା ରୁଜୁ ହେଇଥିଲା। ପୁଲିସର ତଦନ୍ତ ବେଳେ ତାହା ଅପହରଣ ଏବଂ ଦୁଷ୍କର୍ମ ବୋଲି ଜଣା ପଡିଥିଲା।
ଏହି ଘଟଣାରେ ଥାନାଧିକରି ସୁଚିତ୍ରା ପରିଡ଼ା କେବଡି ଗାଁ ର ଅଭିଯୁକ୍ତ ଧର୍ମେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଆଜି ବିଚାରପତି ଏହି ମାମଲା ର ଚୂଡ଼ାନ୍ତ ଶୁଣାଣି ପରେ ଅଭିଯୁକ୍ତ କୁ ଦୋଷୀ ସାବ୍ୟସ୍ତ କରି ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଥିଲେ। ଏଥି ସହିତ ଅଭିଯୁକ୍ତ ଠାରୁ ୮୦ ହଜାର ଅର୍ଥଦଣ୍ଡଦେଶ ଦେଇଥିଲେ। ପୀଡିତା କୁ ୬ ଲକ୍ଷ ଟଙ୍କା କ୍ଷତିପୁରଣ ପ୍ରଦାନ ପାଇଁ ଡିଏଲଏସଏକୁ ଆଦେଶ ଦେଇଥିଲେ।
Comments are closed.