ସମ୍ବଲପୁରୀ ଭାଷା ଏକାଡ଼େମି ପକ୍ଷରୁ ଗୁରୁ ସତ୍ୟନାରାୟଣ ବହିଦାର୍ଙ୍କ ଶ୍ରାଦ୍ଧ ଦିବସ ପାଳିତ
ସମ୍ବଲପୁର: ସ୍ଥାନୀୟ ବିଶାଲଖିଣ୍ଡା ଗାଁରେ ସମ୍ବଲପୁରୀ ଭାଷା ଏକାଡ଼େମି ପକ୍ଷରୁ ଗୁରୁ ସତ୍ୟନାରାୟଣ ବହିଦାର୍ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବିଧାୟକ ନାଉରୀ ନାୟକ, ସମ୍ମାନିତ ଅତିଥି ରୂପେ ମାନେଶ୍ବର ବ୍ଲକ ଚେୟାରମେନ ନରେନ୍ଦ୍ର ମିଶ୍ର ଓ ମୁଖ୍ୟ ବକ୍ତା ରୂପେ ପ୍ରକାଶ ପଧାନ ଯୋଗ ଦେଇ ମାଁ ସମଲେଇଙ୍କ ସହ ଗୁରୁ ସତ୍ୟନାରାୟଣ ବହିଦାର୍ଙ୍କ ପୂଜାର୍ଚ୍ଚନା ପରେ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । କବି ଅମିନ ଖଣ୍ଡା ମାଁ ସମଲେଇଙ୍କ ବନ୍ଦନା ଗାନକରିଥିଲେ ।
ଏକାଡେମୀର ଚେୟରପର୍ସନ୍ ହେମକାନ୍ତ ସାହୁ ଅଧ୍ୟକ୍ଷତା କରି ଅତିଥିଗଣଙ୍କ ପରିଚୟ ପ୍ରଦାନ କରିବା ସହ ଏକାଡ଼େମୀର ମୁଖ୍ୟ ଅଭିଯାନ ଓ ସମଲପୁରି ହପ୍ତା ପାଳନର ମୁଖ୍ୟ ଲକ୍ଷ୍ୟ ବାବଦରେ ସୂଚନା ଦେଇଥିଲେ । ମୁଖ୍ୟ ଅତିଥି ବିଧାୟକ ନାଉରୀ ନାୟକ ସମ୍ବଲପୁରି ଭାଷାର ସାମ୍ବିଧାନିକ ସ୍ବୀକୃତି ପାଇବାକୁ ଆଉ ବେଶୀ ଦୂର ନାହିଁ । କାରଣ ସମ୍ବଲପୁରି ଲିପିର ଲୋକଗ୍ରହଣୀୟତାର ବେଗ ହିଁ ତାର ପ୍ରାକ୍ ସୂଚନା ଅଟେ ଓ କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତି ମଧ୍ୟ ପ୍ରକାରାନ୍ତରେ ସ୍ବୀକୃତି ଦେବ ଏବଂ ଆମ ସମଲପୁରି ଶିକ୍ଷାର୍ଥୀଙ୍କ ଶିକ୍ଷା ଗ୍ରହଣ ମଧ୍ୟ ଉପଲବ୍ଧ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ଗାଁ ଲୋକେ ସମଲପୁରି ସ୍କୁଲ ଖୋଲିଲେ ମୋର ସମସ୍ତ ପ୍ରକାରର ସହଯୋଗ ରହିବ ବୋଲି ଶ୍ରୀ ନାୟକ ପ୍ରତିଶୃତି ଦେଇଛନ୍ତି ।
ଗୁରୁଙ୍କ ସରଳ ତଥା ପୂର୍ଣ୍ଣ ସମର୍ପିତ ହୋଇ ଆଜୀବନ ସମଲପୁରି ଭାଷାର ସ୍ବାତନ୍ତ୍ରିୟତା ଦର୍ଶାଇବା ସହ କାୟମନୋବାକ୍ୟରେ ବେଶ୍ ନିଷ୍ଠା ସହ ନିରବଚ୍ଛିନ୍ନ ଭାବେ ସର୍ବ ବ୍ୟାପକ ପ୍ରଚାର ପ୍ରସାର କରି ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିପାରିଥିଲେ । ସେଥିପାଇଁ ସମଲପୁରି ସମାଜ ତାଙ୍କୁ ଗୁରୁ ବୋଲି ମାନନ୍ତି । ସମଲପୁରି ଭାଷା ସଂସ୍କୃତି ପାଇଁ ତାଙ୍କର ଆଜୀବନ ଅତୁଲ୍ୟ ଅବଦାନ ପାଇଁ ଚିରସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟବକ୍ତା ଶ୍ରୀ ପଧାନ ଆଶାବ୍ୟକ୍ତ କରିଥିଲେ ।
ସମ୍ମାନିତ ଅତିଥି ବ୍ଲକ ଚେୟାରମ୍ୟାନ ଶ୍ରୀ ମିଶ୍ର ଆମେ ସମସ୍ତେ ଏହି ଅଭିଯାନରେ ସହଯୋଗର ହାତ ବଢ଼ାଇବା ବୋଲି ଆହ୍ବାନ ଦେଇଥିଲେ। ସମାଜସେବୀ ଅଜିତ କୁମାର ରଥ ପୂର୍ବ ଓଡ଼ିଶାର ଲୋକେ ତମର ସ୍ବତନ୍ତ୍ର ଲିପି ନାହିଁ କହୁଥିଲେ ଏବେ ଦେଖ ଆମ ସମଲ୍ପୁରି ଲିପିରେ ପିଲାଏ ବହୁତ ଜଲଦି ଅକ୍ଷର ଶିଖି ଲେଖୁଛନ୍ତି ଓ ଆଗକୁ ସ୍କୁଲ୍ରେ ପାଠ ପଢ଼ା ହେବ ତେବେ ସେମାନଙ୍କ ମୁହଁ ବନ୍ଦ ହୋଇଯିବ ବୋଲି କହି ସମସ୍ତ ଜନସାଧାରଣଙ୍କୁ ଆମ ଲିପି ବ୍ୟବହର କରିବାକୁ ଅନୁରୋଧ କରିଥିଲେ। ଏହି ଅବସରରେ ପଡ଼ିଆବାହାଲର ନାଟ୍ୟ ଶିଳ୍ପୀଙ୍କ ଦ୍ବାରା ଅମିନ ଚନ୍ଦ୍ର ଖଣ୍ଡାଙ୍କ ରଚିତ ଓ ନିର୍ଦ୍ଦେଶିତ ସମଲପୁରି ନାଟକ “ଜଏ ସମଲପୁରୀ” ପରିବେଷିତ ହୋଇ ଉଭୟ ନାଟକ ଓ ଅଭିନେତାମାନେ ଦର୍ଶକମାନଙ୍କ ଦ୍ବାରା ଉଚ୍ଚ ପ୍ରଶଂସିତ ହୋଇଥିଲେ । ନାଟକର ବିଷୟବସ୍ତୁ ସମଲପୁରି ଭାଷାର ସଂରକ୍ଷଣ ଓ ବ୍ୟାପକ ପ୍ରଚାର ପ୍ରସାର ପାଇଁ ସମସ୍ୟା ଓ ତାହାର ସମାଧାନ ମଧ୍ୟ ଦର୍ଶାଇବା ଅଭିନୟ ବେଶ୍ ହୃଦୟସ୍ପର୍ଶୀ ହୋଇପାରିଥିଲା।
ଉଭୟ ମା ତୁଳସୀ ଓ ମା ବୃନ୍ଦାବତୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମଧ୍ୟରେ ସମଲପୁରି ପିଠାପନା ପ୍ରତିଯୋଗିତା ହୋଇଥିଲା । ଏହି ହପ୍ତା କାର୍ୟ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଭାଙ୍କୁ ମାନ୍ୟବର ନାଉରୀ ନାୟକ ପୁରସ୍କାର ପ୍ରଦାନ କରିଥିଲେ । ସମ୍ବଲ୍ପୁରି ସାଂସ୍କୃତିକ କାର୍ୟ୍ୟକ୍ରମ କୁନି କୁନି ଛାତ୍ର ଛାତ୍ରୀଙ୍କ ଦ୍ବାରା ପରିବେଷଣ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ସମ୍ପାଦକ ଦେବାଶିଷ ସାହୁ ସଂଚାଳନ କରିଥିବା ବେଳେ ଶେଷରେ ଧନ୍ୟବାଦ ଦେଇଥଲେ।
Comments are closed.