ଉତ୍ପାଦିତ ଧାନ ବିକ୍ରୟ ହେଉନଥିବାରୁ ଚାଷୀ ଅସନ୍ତୋଷ
ଗୁଣୁପୁର: ଉକୁମ୍ଭା ମଣ୍ଡି ରେ ଚାଷୀ ଅସନ୍ତୋଷ। ଧାନ ବିକ୍ରି ହୋଇପାରୁ ନଥିବାରୁ ଅସନ୍ତୋଷ। ଡିସେମ୍ବର ୨୫ ତାରିଖ ରେ ଏଠାରେ ମଣ୍ଡି ଆରମ୍ଭ ହୋଇଥିଲା। ହେଲେ ପ୍ରଥମ ଦିନ ମଣ୍ଡି ଉଦଘାଟନ ହୋଇଥିବା ବେଳେ କିଣାବିକା ହୋଇନଥିଲା। ଆଜି ମଣ୍ଡି ରେ ଧାନ କିଣାବିକା ହେବା ନେଇ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଚାଷୀ ଧାନ ବିକ୍ରି କରିବା ପାଇଁ ମଣ୍ଡିକୁ ଆସିଛନ୍ତି। ହେଲେ ମଣ୍ଡିରେ ମିଲର୍ସ ଧାନ ଉଠାଉ ନଥିବା ଅଭିଯୋଗ ହେଉଛି।
ଧାନରେ ଜଳୀୟ ଅଂଶ ଅଧିକ ଥିବା ଦର୍ଶାଇ ବସ୍ତା ୭୭ କେଜି ବଦଳ ରେ ୮୦କେଜି ମିଲର୍ସ ମାଗୁଥିବା ଚାଷୀ ଅଭିଯୋଗ କରିଛନ୍ତି। ମଣ୍ଡିରେ ଲ୍ୟାମ୍ପ, ମିଲର୍ସ, ଯୋଗାଣ, ଆରଏମସି କର୍ମଚାରୀ ମାନଙ୍କୁ ଚାଷୀ ଘେରାଉ କରିଥିଲେ। ମଣ୍ଡିରେ ଚାଷୀ ଓ ମିଲର୍ସ ମଧ୍ୟରେ ପାଟି ହଟା ସହ ଠେଲାପେଲା ହୋଇଥିଲା। ପରେ ଉତ୍ୟକ୍ତ ଚାଷୀ ମଣ୍ଡିରୁ ଯାଇ ୪ଟି ମିଲରେ ତାଲା ପକାଇ ଦେଇଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ମଣ୍ଡି ରେ ଥିବା ସମସ୍ତ ଚାଷୀ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଗୁହାରି କରିଥିଲେ। ଅତିରିକ୍ତ ଜିଲା ଯୋଗାଣ ଅଧିକାରୀ ଚାଷୀ ଙ୍କ ସହ ଆଲୋଚନା କରିଥିଲେ। ଆଉ ଟୋକନ ଆସିଥିବା ଚାଷୀଙ୍କ ଧାନ ଯେପରି ମଣ୍ଡିରୁ ଉଠିବ ସେନେଇ ବ୍ୟବସ୍ଥା କରାଯିବା ନେଇ ସୂଚନା ଦେଇଛନ୍ତି।
Comments are closed.