Patra electronics

ସାଧାରଣତନ୍ତ୍ର ଦିବସ ପରେଡ୍‌-୨୦୨୪, ବାଦ ପଡ଼ିଲା ପଞ୍ଜାବ ପ୍ରଜ୍ଞାପନ ମେଢ଼

ନୂଆଦିଲ୍ଲୀ: ପ୍ରତିବର୍ଷ ଭଳି ଆସନ୍ତାବର୍ଷ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ନୂଆଦିଲ୍ଲୀର କର୍ତ୍ତବ୍ୟପଥରେ ଭବ୍ୟ ପରେଡ୍‌ ଆୟୋଜିତ ହେବାକୁ ଯାଉଛି। ଏଥିରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ସରକାରୀ ପ୍ରତିଷ୍ଠାନର ପ୍ରଜ୍ଞାପନ ମେଢ଼କୁ ମଧ୍ୟ ସାମିଲ କରାଯାଇଥାଏ। ତେବେ ଆଗାମୀ ପରେଡ୍‌ ପାଇଁ ମନୋନୀତ ହୋଇଥିବା ପ୍ରଜ୍ଞାପନ ମେଢ଼ ତାଲିକାରୁ ପଞ୍ଜାବ ବାଦପଡିଥିବା ଜଣାପଡିଛି। ପରେଡ୍‌ରେ କେଉଁ ପ୍ରଜ୍ଞାପନ ମେଢ଼ ଅଂଶଗ୍ରହଣ କରିବ, ତାହା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥାଏ।

ଦିଲ୍ଲୀ ପରେ ବର୍ତ୍ତମାନ ପଞ୍ଜାବ ଏହି ତାଲିକାରୁ ବାଦପଡିଥିବାରୁ ଦିଲ୍ଲୀର ସଂସ୍କୃତି ମନ୍ତ୍ରୀ ସୌରଭ ଭରଦ୍ବାଜ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଦିଲ୍ଲୀ ଓ ପଞ୍ଜାବରେ ଆପ୍‌ କ୍ଷମତାରେ ଥିବାରୁ ବିଜେପି ଆକ୍ରୋଶ ମନୋଭାବ ରଖି ଏହି ଦୁଇ ରାଜ୍ୟର ପ୍ରଜ୍ଞାପନ ମେଢ଼କୁ ବାଦ ଦେଇଛି ବୋଲି ଭରଦ୍ବାଜ ଅଭିଯୋଗ କରିଛନ୍ତି। ଦିଲ୍ଲୀ ରାଜଧାନୀ ହୋଇଥିବାବେଳେ ଏହାର ପ୍ରଜ୍ଞାପନ ମେଢ଼କୁ ବାଦଦେବା ନିହାତି ଲଜ୍ଜାଜନକ ବୋଲି ସେ କହିଛନ୍ତି।

Comments are closed.